Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 40

ମେଷ: ପ୍ରତିଟି କାମ ସୁରୁଖୁରୁରେ କରିବେ। ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବରିଷ୍ଠଜନଙ୍କ ସହିତ ସମ୍ବନ୍ଧ ଘନିଷ୍ଠ ହେବ। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ। ପ୍ରେମିକ-ପ୍ରେମିକାଙ୍କ ଲାଗି ଦିନଟି ଖୁବ୍‌ ଭଲ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

ବୃଷ: ଈଶ୍ୱରଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ବହୁ ଦିନର କାମ ପୂରା ହେବ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ବ୍ୟବସାୟ ବିସ୍ତାର ପାଇଁ ସୁଯୋଗ ପାଇବେ। ପ୍ରେମ ଆଳାପ ପାଇଁ ଦିନଟି ଭଲ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଅମ୍ବିକା।

ମିଥୁନ: ଆତ୍ମସମୀକ୍ଷାରେ ସମୟ ବିତିବ। ଆପଣଙ୍କ ସହିତ ଭୁଲ କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। ପୁରୁଣା କଥା ଭୁଲି ନୂଆ କାମର ଶୁଭାରମ୍ଭ କରନ୍ତୁ। ପ୍ରେମ ସମ୍ବନ୍ଧରେ କୌଣସି ମନସ୍କାମନା ପୂରଣ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କୀଚକେଶ୍ୱରୀ।

କର୍କଟ: ଆପଣ ନିଜର ମହତ୍ତ୍ଵକୁ ବୁଝନ୍ତୁ। ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ। ବ୍ୟବସାୟରେ ନୂଆ ସମ୍ଭାବନା ଅନେ୍ଵଷଣ କରିବେ। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନଯୋଗ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସିଂହ: ବେପାରରେ ଉନ୍ନତି ପାଇଁ ଭଲ ଦିନଟିଏ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଚାକିରିରେ କର୍ତ୍ତୃତ୍ଵ ବୃଦ୍ଧି ହେବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

କନ୍ୟା: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ। ସଙ୍ଗୀତ ଶୁଣିବାକୁ ମନ କହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଅମ୍ବିକା।

ତୁଳା: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ନୂଆ କାମର ଶୁଭାରମ୍ଭ ପାଇଁ ଶୁଭ ସମୟ। ରାଜନୀତିରେ ଲାଭ ପାଇବାର ସୁଯୋଗ ପାଇବେ। ଜୀବନସାଥୀଙ୍କୁ ଖୁସି କରାଇବା ପାଇଁ ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ମାଣିକେଶ୍ୱରୀ।

ବିଛା: ଚେଷ୍ଟା କରନ୍ତୁ; କଷ୍ଟ ମନେହେଉଥିବା କାମ ସହଜରେ ହୋଇଯିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଦୂରସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ଧନୁ: ସ୍ୱଭାବରେ ରୋମାଞ୍ଚକର ସତେଜତା ଦେଖିବେ। ଅଟକିଥିବା ପଇସା ପାଇବେ। ସଂପତ୍ତି ବିବାଦ ସମାପ୍ତ ହେବ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ମଉଜମଜଲିସରେ ସମୟ କଟିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

ମକର: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। କାର୍ଯ୍ୟ ବ୍ୟବସ୍ଥାରେ ସଫଳତା ଓ ଲାଭ ହେବ। ସଂପର୍କରେ ପ୍ରେମ ଓ ସୌହାର୍ଦ୍ଦ ବଜାୟ ରହିବ। ପରିବାରର ବାତାବରଣ ହର୍ଷ ଉଲ୍ଲାସ ରହିବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

କୁମ୍ଭ: ଆପଣ ଖୁସ୍‌ ମିଜାଜରେ ରହିବେ। ଜୀବନସାଥୀ ଓ ବନ୍ଧୁମାନଙ୍କ ସହିତ ହାସ୍ୟକୌତୁକ କରିବେ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଘରକୁ ଅତିଥିଙ୍କ ଆସିବା-ଯିବା ଲାଗି ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

ମୀନ: ଜୀବନସାଥୀଙ୍କ ଠାରୁ ମହତ୍ତ୍ଵପୂର୍ଣ୍ଣ ପରାମର୍ଶ ପାଇବେ। ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉତ୍ତମ ନୀତି ପ୍ରସ୍ତୁତ କରିବେ। ନୂଆ ଜିନିଷ କିଣିବା ପାଇଁ ଶୁଭ ସମୟ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ସାଇରାମ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More