Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 33

ମେଷ: ସକାରାତ୍ମକ ଭାବନାରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେନାହିଁ। ରାଜନୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ବୃଷ: ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ। ଯାହା ବି କାମ କରିବେ ସଫଳତା ପାଇବେ। ଆପଣଙ୍କ ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଚାକିରିରେ ଦାୟିତ୍ଵ ବଢ଼ିବ। ବନ୍ଧୁ ଆପଣଙ୍କୁ ଉପହାର ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ଡଳମଣି।

ମିଥୁନ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶତ୍ରୁ ପରାସ୍ତ ହେବେ। ବନ୍ଧୁମାନଙ୍କ ମେଳରେ ଆପଣଙ୍କ ମାନସମ୍ମାନ ବଢ଼ିବ। ଧର୍ମକ୍ଷେତ୍ରକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିରଜା।

କର୍କଟ: ଆପଣଙ୍କ ଠାରୁ ବଡ଼ଙ୍କ ସେବା କରନ୍ତୁ; ସଫଳତା ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଭୂସଂପତ୍ତି କିଣିବା ପାଇଁ ଦିନଟି ଭଲ। ପାରିବାରିକ ବ୍ୟାପାରରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ହର ପାର୍ବତୀ।

ସିଂହ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ଲାଗିରହିଥିବା ବିବାଦର ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ପ୍ରେମ ସମ୍ବନ୍ଧରେ କୌଣସି ମନୋକାମନା ପୂରଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ସାଇରାମ।

କନ୍ୟା: ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ। ଆପଣଙ୍କ ଯାତ୍ରା ମଙ୍ଗଳମୟ ଓ ସୁଖଦ ରହିବ। ଭାଇ ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବାର ପ୍ରବଳ ଯୋଗ ରହିଛି। ଶୁଭରଙ୍ଗ: ବାଦାମୀ। ଆରାଧନା: ଭଗବାନ ବିଷ୍ଣୁ।

ତୁଳା: ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ। ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ପରିବାର ମଧ୍ୟରେ ଆନନ୍ଦଉଲ୍ଲାସ ଦେଖାଦେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ବିଛା: ଆପଣଙ୍କ କାମ ପୂରା ନହେବା ପର୍ୟ୍ୟନ୍ତ ମନର କଥା କାହାରିକୁ କହନ୍ତୁନାହିଁ। ଯାତ୍ରା ଅଧିକ ହେତୁ କ୍ଳାନ୍ତ ଅନୁଭବ କରିବେ। ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କୀଚକେଶ୍ୱରୀ।

ଧନୁ: ପରିବାରର ଆଶୀର୍ବାଦ ପାଇବେ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। ଆମଦାନିର ନୂଆ ସ୍ରୋତ ମିଳିପାରେ। ଅଟକିଥିବା ଥିବା ପଇସା ପାଇବେ। ପ୍ରିୟବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

ମକର: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବନ୍ଧୁଙ୍କ ମାଧ୍ୟମରେ କିଛି ଆଶା ପୂରଣ ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ବ୍ୟବସାୟରେ ଆଗକୁ ବଢ଼ିବେ। ଲେଖକଙ୍କୁ ପୁରସ୍କାର ମିଳିପାରେ। ବୈବାହିକ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲୋକନାଥ।

କୁମ୍ଭ: ଆଜି ଆପଣ ସକାରାତ୍ମକ ଊର୍ଜା ଅନୁଭବ କରିବେ। ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଦାୟିତ୍ଵ ଗ୍ରହଣ କରିବାରେ ବିମୁଖ ହୁଅନ୍ତୁ ନାହିଁ। ଶତ୍ରୁଙ୍କୁ ସାବଧାନ ରହନ୍ତୁ। ଶ୍ରୀଜଗନ୍ନାଥଙ୍କ ଆରାଧନାରେ ମନୋକାମନା ପୂରଣ ହେବ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଭାଗ ନେବାର ସୁଯୋଗ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More