Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 52

ମେଷ: ପୂଜାର୍ଚ୍ଚନାରେ ଅଧିକ ସମୟ ବ୍ୟୟ କରିବେ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବଡ଼ କଂପାନିରେ ଆପଣଙ୍କୁ ଚାକିରିର ପ୍ରସ୍ତାବ ମିଳିପାରେ। ବ୍ୟବସାୟରେ ଆଜି ଡିଲ୍‌ କରିବାରେ ସଫଳ ହେବେ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

ବୃଷ: ପାରିବାରିକ ସମସ୍ୟା ନେଇ ମନ ବିଚଳିତ ହେବ। ବାହାରକୁ ଯିବା ପାଇଁ କାର୍ୟ୍ୟକ୍ରମ ପ୍ରସ୍ତୁତ କରନ୍ତୁ, ଭଲ ହେବ। ଭାବିଥିବା ଯୋଜନା ବଢ଼ିଆ ପ୍ରମାଣିତ ହେବ। ପଇସା ସମ୍ବନ୍ଧିତ କୌଣସି ମାମଲାର ସମାଧାନ ହୋଇଯିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବଗଳାମୁଖୀ।

ମିଥୁନ: ଆପଣଙ୍କ ସ୍ୱଭାବ ନେତାଙ୍କ ଭଳି ରହିବ। ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କର ଆଶା ପୂରା କରିବାରେ ସଫଳ ହେବ। ଆର୍ଥିକ ସ୍ଥିତିରେ ସୁଧାର ଯୋଗ ରହିଛି। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କାର୍ୟ୍ୟାଳୟରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ଶତ୍ରୁ ଓ ବିରୋଧୀ ଆପଣଙ୍କର କ୍ଷତି କରିବାକୁ ଅସଫଳ ପ୍ରୟାସ କରିବେ। ଅଚାନକ ଧନଲାଭ ହେବ। ପ୍ରିୟବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ସିଂହ: ବ୍ୟବସାୟରେ କୌଣସି ଫାଇଦା ପାଇଁ ନୂଆ ଚୁକ୍ତିନାମା ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ। ମଉଜ ମଜଲିସ ଓ ମନୋରଂଜନଧର୍ମୀ କାର୍ୟ୍ୟରେ ସମୟ ବ୍ୟୟ କରିବେ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କନ୍ୟା: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରୁ ଭଲ ଫଳାଫଳ ପାଇବେ। କୌଣସି ବଡ଼ ସଉଦା ହୋଇପାରେ। ଭାଇଭଉଣୀଙ୍କ ସହିତ ଲାଗିରହିଥିବା ମତଭେଦ ଦୂର ହେବ। ପରିବାରରେ ଧାର୍ମିକ କାର୍ୟ୍ୟ ଆୟୋଜନ ହୋଇପାରେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ସକାରାତ୍ମକ ଭାବନାରେ ରହନ୍ତୁ। ଭାବିଚିନ୍ତି ବଡ଼ ଫଇସଲାର ଅନ୍ତିମ ରୂପ ଦିଅନ୍ତୁ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ଆସିବ। ସମାଜରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ପ୍ରେମିକା ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବିଛା: ଆଜି ସବୁ କିଛି ଠିକ୍‌ଠାକ୍‌ ରହିବ। ଜରୁରୀ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ। ଅଧିକାରୀବର୍ଗଙ୍କ ଲାଗି ଦିନଟି ଲାଭପ୍ରଦ। ପରିଧାନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଅବିବାହିତଙ୍କ ଲାଗି ବଢ଼ିଆ ବିବାହ ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଶାରଳା।

ଧନୁ: ଗ୍ରହଯୋଗ ଆପଣଙ୍କ ପାଇଁ ଅନୁକୂଳ। ଉନ୍ନତିର ରାସ୍ତା ଖୋଲିବ। ସାମାଜିକ କାର୍ୟ୍ୟରେ ଆପଣଙ୍କର ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିବ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

ମକର: ଜୀବନରେ ମଉଜ ମଜଲିସ ଲାଗି ସୁନ୍ଦର ଅବସର ମିିଳିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ସତ୍ୟନାରାୟଣ।

କୁମ୍ଭ: ଜୀବନରେ ଲାଗିରହିଥିବା ସଂଘର୍ଷର ସମାପ୍ତ ପାଇଁ ସମୟ ଭଲ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଅବସର ମିଳିବ। ଯେଉଁମାନେ ଋଣ ପାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କର ଆଶା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ନିଜର କାମ ଉତ୍ସାହର ସହିତ କରିବେ। ଉଚ୍ଚଅଧିକାରୀ ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ଓକିଲଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ମହିଳାମାନେ ଜିନିଷପତ୍ର କିଣିବା ଲାଗି ସହରକୁ ଯିବେ। ଛାତ୍ରଙ୍କର ଅଧ୍ୟୟନରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More