Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 49

ମେଷ: ଆପଣଙ୍କର କିଛି ଆଶା ପୂରା ହେବାର ଯୋଗ ରହିଛି। ଭାଗୀଦାରିଙ୍କ ସହିତ କାମ କରିବାରେ ସକ୍ଷମ ହେବେ। ଅଚାନକ ଧନଲାଭ ହେବ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ବୃଷ: ଆପଣ ନିଜ ସ୍ୱପ୍ନର ଦୁନିଆରେ ବିଚରଣ କରିବେ। ମିଠା ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣି ନେବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ମିଳିବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

ମିଥୁନ: ଜୀବନରେ ମଉଜ ମଜଲିସ ଲାଗି ଭଲ ସୁଯୋଗ ମିଳିବ। ପ୍ରିୟବନ୍ଧୁଙ୍କ ସହଯୋଗ ମିଳିବ। ନୂଆ ପରିଯୋଜନା ଆରମ୍ଭ କରନ୍ତୁ; ଲାଭ ହେବ। ଚାକିରିରେ ଏକ ମନଲାଖି ପରିବର୍ତ୍ତନ ହୋଇପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

କର୍କଟ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। କାର୍ୟ୍ୟ ପରିସର ବୃଦ୍ଧି ଲାଗି ସୁଅବସର ମିଳିବ। ଫୁଟବଲ ଖେଳାଳିଙ୍କ ଲାଗି ଦିନଟି ଶୁଭ। ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

ସିଂହ: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ବ୍ୟବସାୟରେ ବଡ଼ ସଉଦା ହେବ। ରାଜନୀତି କାର୍ୟ୍ୟରେ ସଫଳତା ପାଇବେ। ସଫଳତାର ଖୁସି ବିଳମ୍ବିତ ରାତି ପର୍ୟ୍ୟନ୍ତ ଶୋଇବାକୁ ଦେବନାହିଁ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କନ୍ୟା: ବିଚାରରେ ସକାରାତ୍ମକ ବଜାୟ ରହିବ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। କ୍ରିକେଟ୍‌ ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ। ବ୍ୟବସାୟରେ ବଡ଼ ଡିଲ୍‌ ହୋଇପାରେ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ୟ୍ୟଦେବ।

ତୁଳା: ମନରେ ଦ୍ଵନ୍ଦ୍ୱ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ରାଜନୀତିରେ ସାମାଜିକ କାର୍ୟ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ମହିଳାଙ୍କୁ ଜିନିଷ କିଣିବାରେ ଫାଇଦା ହେବ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ପାଟଣେଶ୍ୱରୀ।

ବିଛା: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ନୂଆ କାମଧନ୍ଦା ସମ୍ବନ୍ଧରେ ଚିନ୍ତା କରିବେ। ମିତ୍ରଙ୍କ ସହଯୋଗରେ କାମ ସଂପୂର୍ଣ୍ଣ ହେବ। ଉଦିତ ଲେଖକଙ୍କ ପାଇଁ ଦିନଟି ଶୁଭ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ଧନୁ: ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ପୂର୍ବରୁ କରିଥିବା ପରିଶ୍ରମରୁ ଲାଭ ମିଳିବ। ସମାଜରେ ଆପଣଙ୍କ ମାନ-ସମ୍ମାନ ବଢ଼ିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଲେଖାପଢ଼ାରେ ସାଥୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

ମକର: ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ। ଶତ୍ରୁଙ୍କୁ ପରାସ୍ତ କରିବେ। ଉନ୍ନତି ପାଇଁ ନୂଆ ଅବସର ମିଳିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ପ୍ରିୟବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଚନ୍ଦନେଶ୍ୱର।

କୁମ୍ଭ: ଆପଣଙ୍କ ଲାଗି ବଢ଼ିଆ ସମ୍ଭାବନା ରହିଛି। କାର୍ୟ୍ୟ କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହୋଇଯିବ। ବିଦେଶରେ ଶିକ୍ଷା ପ୍ରାପ୍ତ କରିବା ଲାଗି ଦିନଟି ଉତ୍ତମ। କୌଣସି ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ତାରିଣୀ।

ମୀନ: ଧାର୍ମିକ କାର୍ୟ୍ୟରେ ଆପଣଙ୍କର ରୁଚି ଜାଗ୍ରତ ହେବ। ଆପଣଙ୍କର ସାମାଜିକ କାମଧନ୍ଦାରେ ଲୋକେ ପ୍ରଭାବିତ ହେବେ। ବ୍ୟବସାୟରେ ପ୍ରଚୁର ଲାଭ ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More