Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 57

ମେଷ: ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ଅଫିସରେ କୌଣସି ନୂଆ ପରିଯୋଜନାରେ କାମ କରିପାରନ୍ତି। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନସାରା ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ଚାକିରି ପରିବର୍ତ୍ତନ ଲାଗି ସମୟ ଭଲ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମିଥୁନ: ଦିମାକରେ ଲାଗି ରହିଥିବା ନକରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ। ଆପଣଙ୍କ ମନୋକାମନା ପୂରା ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ବିବାହଯୋଗ୍ୟ ବ୍ୟକ୍ତିିଙ୍କ ପାଇଁ ସୁନ୍ଦର ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଆଖଣ୍ଡଳମଣି।

କର୍କଟ: ଇଷ୍ଟଦେବଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ। କାର୍ୟ୍ୟ କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଛାତ୍ରଙ୍କ ପାଇଁ ଦିନଟି ଭଲ। ଅଧ୍ୟୟନରେ ମନ ଲାଗିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସତ୍ୟନାରାୟଣ।

ସିଂହ: ଦିନଟି ଉତ୍ସାହ ବର୍ଦ୍ଧକ ରହିବ। ସ୍ଥଗିତ ଥିବା କାର୍ୟ୍ୟ ବନ୍ଧୁଙ୍କ ମାଧ୍ୟମରେ ପୂରା କରିବେ। ସରକାରୀ କ୍ଷେତ୍ରରେ ଲାଭ ପାଇବେ। ପରିବାରର କୌଣସି ସଦସ୍ୟଙ୍କ ଠାରୁ ଖୁସି ଖବର ମିଳିବ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ଅଚାନକ ଧନପ୍ରାପ୍ତି ହେବ। ନିଜ ପାଇଁ ପରିଧାନ କିଣିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଗାୟତ୍ରୀ।

ତୁଳା: ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। ରାଜନୀତିରେ ସଫଳତା ମିଳିବ। ବିରୋଧୀପକ୍ଷ ଗୁପ୍ତ ରୂପେ ଆପଣଙ୍କର ପ୍ରଶଂସା କରିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ବିଛା: ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କ ସହିତ ଅଧିକ ସମୟ ବ୍ୟୟ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

ଧନୁ: ଆଗକୁ ବଢ଼ିବାର ଦିନଟିଏ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ଧନଲାଭ ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ବୈବାହିକ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଛାତ୍ରଛାତ୍ରୀମାନେ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

କୁମ୍ଭ: ପୂଜାପାଠ କାର୍ୟ୍ୟକ୍ରମରେ ରୁଚି ବଢ଼ିବ। ଅଫିସ୍‌ ଓ ବ୍ୟାବସାୟିକ କାମରେ ଯାତ୍ରାରେ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଆର୍ଥିକ ଲାଭ ହେବ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ତାରିଣୀ।

ମୀନ: ପୂରାଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ବଡ଼ଙ୍କ ରାୟ ଗ୍ରହଣ କରନ୍ତୁ ଲାଭ ହେବ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ରାଜନେତାଙ୍କ ସହିତ ସଂପର୍କ ମଜଭୁତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଗାୟତ୍ରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More