Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 42

ମେଷ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ନୂଆ ସମ୍ଭାବନା ମିଳିପାରେ। ଅବସରର ଲାଭ ନିଅନ୍ତୁ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ରାଜନୀତିରେ ସଫଳତା ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଧର୍ମକର୍ମରେ ରୁଚି ରହିବ। ଭବିଷ୍ୟତକୁ ନେଇ ସାର୍ଥକ ଯୋଜନା ପ୍ରସ୍ତୁତ କରିବେ। ପରିବାର ସଦସ୍ୟଙ୍କ ସହିତ ବିଚାରରେ ମତଭେଦ ହୋଇପାରେ। ବ୍ୟବସାୟୀମାନେ ପୁରୁଣା କଥା ଭୁଲି ଆଗକୁ ଦେଖନ୍ତୁ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମିଥୁନ: ଧନ ସଂପଦ ମାମଲାର ପ୍ରୟାସରେ ସଫଳ ହେବେ। ଜୀବନସାଥୀଙ୍କ ସହଯୋଗ ପୂର୍ଣ୍ଣରୂପେ ପାଇବେ। ଚାକିରିଆଙ୍କ ଲାଗି ସମୟ ଅନୁକୂଳ ରହିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଆଖଣ୍ଡଳମଣି।

କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବ୍ୟବସାୟ ବା ଚାକିରିରେ ନୂଆ କାମର ଶୁଭାରମ୍ଭ ହୋଇପାରେ। ଆପଣଙ୍କ ବ୍ୟବହାରରେ ସମସ୍ତଙ୍କ ପ୍ରିୟ ହୋଇପାରିବେ। ଛାତ୍ରଙ୍କୁ ଆଜି ପରିଶ୍ରମରୁ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ୱତୀ।

ସିଂହ: ରୋଜଗାରର ନୂଆ ସମ୍ଭାବନା ଅନେ୍ଵଷଣ କରିପାରନ୍ତି। ଶତ୍ରୁମାନେ କ୍ଷତି ପହଞ୍ଚାଇ ପାରନ୍ତି; ତେଣୁ ସତର୍କ ରହନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ବହି ପଢ଼ିବାରେ ଆପଣଙ୍କ ମନରେ ଆଗ୍ରହ ସୃଷ୍ଟି ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ଯଶପ୍ରାପ୍ତିର ଦିନଟିଏ। ପ୍ରଗତିର ପାହାଚ ଚଢ଼ିବେ। ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଜମି କିଣିବା ପାଇଁ ଯୋଜନା କରିବେ। ଛାତ୍ରୀମାନେ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ତୁଳା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ରାଜନୀତି କାର୍ଯ୍ୟରେ ସଫଳତା ପାଇବେ। ବିଜ୍ଞାନ ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ବିଛା: ଧର୍ମକର୍ମ କରନ୍ତୁ ଲାଭ ମିଳିବ। ପ୍ରିୟବନ୍ଧୁ ଆପଣଙ୍କ କଥାକୁ ସହଜରେ ଗ୍ରହଣ କରିବେ। ଚାକିରିରେ ଦାୟିତ୍ଵ ବଢ଼ିବ। କୋର୍ଟ କଚେରି ମାମଲାରେ ସଫଳତା ମିଳିପାରେ। ଭ୍ରମଣରେ ଯିବା ପାଇଁ ଶୁଭ ସମୟ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ କୀଚକେଶ୍ୱରୀ।

ଧନୁ: ପ୍ରଭୁଙ୍କୁ ଦର୍ଶନ କରନ୍ତୁ, ମନକୁ ଶାନ୍ତି ମିଳିବ। ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ପଇସା ନେଣଦେଣ ସାବଧାନତାର ସହ କରନ୍ତୁ। ପାରିବାରିକ ମାମଲାରେ ବଡ଼ ଫଇସଲା ନେଇ ପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭୈରବୀ।

ମକର: ବେପାର ବୃତ୍ତିରୁ ଆଶାନୁରୂପ ଫଳ ପାଇବେ। ପ୍ରତିଟି କ୍ଷେତ୍ରରେ ଭାଗ୍ୟର ସହଯୋଗ ପାଇବେ। ଶତ୍ରୁ ଓ ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ରାତିରେ ନିଦ ଭଲ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ସବୁ ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ଲାଭ ଏବଂ ଉନ୍ନତିର ଯୋଗ ପ୍ରବଳ ରହିଛି। ଅଧିକାରୀଙ୍କ ସହଯୋଗ ପାଇବେ। ବେକାରଙ୍କୁ ରୋଜଗାର ମିଳିବ। ଘରୋଇ ସୁଖ ସୁବିଧା ବୃଦ୍ଧି ପାଇଁ ନୂଆ ଜିନିଷ କିଣିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ସନ୍ତାନଙ୍କ ସଫଳତାରୁ ମନ ଖୁସି ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀ ଗଣେଶ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More