Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 42

ମେଷ: ନୂଆ କାମ ଧନ୍ଦା ସମ୍ବନ୍ଧରେ ବିଚାର କରିବା ଲାଗି ଦିନଟି ଭଲ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ-ସମ୍ମାନ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ସନ୍ତାନଙ୍କ ପ୍ରତି ବିଶ୍ୱାସ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ନୂଆ ଭିତ୍ତି ରଖିବା ଲାଗି ଦିନଟି ଅନୁକୂଳ। ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ବ୍ୟବସାୟରେ ଫାଇଦା ମିଳିବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ମିଥୁନ: ମନରେ ଧାର୍ମିକ ଭାବନା ଉଦୟ ହେବ। ଅଧିକ ସମୟ ଉପବାସ ରହନ୍ତୁ ନାହିିଁ। ଆପଣଙ୍କ ସାମନାକୁ କୌଣସି ଆହ୍ଵାନ ଆସିବ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ଦୁର୍ବ୍ୟବହାର ମିଳିପାରେ। ନୂଆ ବେପାରରେ ପିତା ଓ ଭାଇଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ତାରିଣୀ।

କର୍କଟ: ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ; ସମ୍ଭାବ୍ୟ ସଂକଟ ଦୂର ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷ ସମାଜ ସେବାରେ ଅଧିକ ସମୟ ଦେବେ। ବେପାରରେ ଅପାର ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଆଖଣ୍ଡଳମଣି।

ସିଂହ: ଆଜି ଆପଣଙ୍କ ଊର୍ଜାର ସ୍ତର ବଢ଼ିବ। ରଚନାତ୍ମକ କାମରୁ ପ୍ରତିଫଳ ମିଳିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ଫୋନରେ ନିକଟ ସଂପର୍କୀୟଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କନ୍ୟା: ଦିନଟି ଆପଣଙ୍କୁ ଢେରସାରା ଫାଇଦା ଦେବ। ଅଧିକାରୀଙ୍କ ଠାରୁ ଦାୟିତ୍ଵ ମିଳିବା ଯୋଗ ରହିଛି। ଆର୍ଥିକ ସ୍ଥିତି ସୁଧୁରିବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆଜି ଆପଣ ଖୁବ୍‌ ଊର୍ଜାବାନ ଅନୁଭବ କରିବେ। କାମ ପ୍ରତି ଆପଣଙ୍କର ଉତ୍ସାହ ବଢ଼ିବ। ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି। ଅଚାନକ ଧନଲାଭ ହେବ। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ଅଫିସରେ ନୂଆ ପରିଯୋଜନାରେ କାମ କରିପାରନ୍ତି। ସହକର୍ମୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଲାଭଦାୟକ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ଯଶପ୍ରାପ୍ତିର ଦିନଟିଏ। ଆପଣ ଯାହାଙ୍କୁ ଯାହା କିଛି କହିବେ ସେ ମନା କରିବେ ନାହିିଁ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ଦିନଟି ଲାଭପ୍ରଦ ରହିବ। ମିଷ୍ଟ ବ୍ୟବହାରରେ ସବୁ କାମ ପୂରା କରିନେବେ। କଳାକାରଙ୍କ ପାଇଁ ଦିନଟି ଶୁଭ। ଫିଲ୍ମ ବା କାର୍ଯ୍ୟକ୍ରମରେ ଅନୁବନ୍ଧ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଲିଙ୍ଗରାଜ।

କୁମ୍ଭ: ଆପଣ ନିଜର ଭଲ ମନୋଭାବ ଅନୁଭବ କରିବେ। ବ୍ୟବସାୟ ବା ଚାକିରିରେ ନୂଆ କାମର ଶୁଭାରମ୍ଭ କରିପାରନ୍ତି। ରାଜନୀତିରେ ସଫଳତା ପାଇବେ। ପରିବାର ସହିତ ବାହାରକୁ ଛୁଟି କଟାଇବା ପାଇଁ ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ମୀନ: ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଅଫିସରେ କୌଣସି ନୂଆ ପରିଯୋଜନାରେ କାମ କରିବେ। ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସଂକେତ ମିଳିବ। ଜମି କିଣିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଗୁପ୍ତେଶ୍ୱର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More