Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 33

ମେଷ: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଆପଣଙ୍କ ମନ ବହି ପଢ଼ିବାକୁ କହିବ। ଜୀବନସାଥୀଙ୍କ ଠାରୁ ଉପହାର ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଶାରଳା।

ବୃଷ: ଆପଣଙ୍କର ହାସ୍ୟରସିକ ମନୋଭାବ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଛାତ୍ରମାନେ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବଗଳାମୁଖୀ।

ମିଥୁନ: ଆପଣଙ୍କର ସ୍ୱଭାବ ନେତାଙ୍କ ଭଳି ରହିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ବ୍ୟବସାୟରେ ଧନଲାଭ ହେବ। ଚାକିରିଆଙ୍କ ଲାଗି ଦିନଟି ଭଲ। ପଦୋନ୍ନତି ମିଳିପାରେ। ପ୍ରେମ ସଂପର୍କ ନିବିଡ଼ ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କର୍କଟ: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। କୌଣସି ନୂଆ କାମର ଶୁଭାରମ୍ଭ କରିବେ। ଅଫିସରେ କାହାରି ପ୍ରତି ଆକର୍ଷିତ ହେଉଥିବା ଅନୁଭବ କରିବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସନ୍ଧ୍ୟାରେ ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭୈରବୀ।

ସିଂହ: ଆଜି ଆପଣ ମନର ଇଚ୍ଛା ପୂରା କରିବା ଉପରେ ଧ୍ୟାନ ଦିଅନ୍ତୁ। ବିବାଦ ଠାରୁ ଦୂରେଇ ରହନ୍ତୁ। ପୂର୍ବରୁ କରିଥିବା କାମରୁ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କୁ ପଢ଼ିବା, ଲେଖିବା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

କନ୍ୟା: ଆପଣ ଲକ୍ଷ୍ୟ ହାସଲ ପାଇଁ ଠୋସ୍‌ ଯୋଜନା କରିବେ। ଉଦିତ ଲେଖକଙ୍କ ପାଇଁ ଦିନଟି ଭଲ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ମିଳିବ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସନ୍ତୋଷୀ ମାତା।

ତୁଳା: ଆଜି ଆପଣଙ୍କ ମନୋବଳ ଦୃଢ଼ ହେତୁ ସବୁ କାମରେ ସଫଳତା ହାସଲ କରିବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ହେବ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହୋଇପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ବିଛା: ଆଜି ଆପଣ ନିଜର ଊର୍ଜାକୁ ଠିକ୍‌ ରୂପେ ବ୍ୟବହାର କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଚାକିରି ବୃତ୍ତିରୁ ଆଶାନୁରୂପ ଫଳ ପାଇବେ। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

ଧନୁ: ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ଘରକୁ ବନ୍ଧୁଙ୍କ ଆସିବା ଯିବା ଲାଗି ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରସ୍ତୁତ କରିଥିବା ଯୋଜନା ଗୁପ୍ତ ରଖନ୍ତୁ; ଅନ୍ୟଥା ଅନ୍ୟମାନେ ତା’ର ଫାଇଦା ନେବେ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

ମକର: ରାଜନୀତିରେ ଅଧିକ ସମୟ ଚିନ୍ତିତ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆମଦାନି ପାଇଁ ସୁଯୋଗ ଆସିବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ଆଇନକାନୁନ ମାମଲାରେ ଆରାମ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

କୁମ୍ଭ: ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଅତୁଟ ରହିବ। ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟକୁ ପ୍ରଭାବିତ କରିବ। ଚାକିରିରେ ଉନ୍ନତି ହୋଇପାରେ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ସାଇରାମ।

ମୀନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଧନପ୍ରାପ୍ତିର ଯୋଗ ପ୍ରବଳ ରହିଛି। ବ୍ୟବସାୟୀଙ୍କ ପାଇଁ ଦିନଟି ବଢ଼ିଆ ରହିବ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଲିଙ୍ଗରାଜ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More