Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 58

ମେଷ: ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ଆପଣଙ୍କ ଆର୍ଥିକ ପକ୍ଷ ଉତ୍ତମ ରହିପାରେ। ଭାଇଭଉଣୀଙ୍କ ସହିତ ଲାଗିରହିଥିବା ମତଭେଦ ଦୂର ହେବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ବଢ଼ିଆ ଚାକିରି ମିଳିବ। ଛାତ୍ରଙ୍କୁ ସଫଳତା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

ବୃଷ: ଦିନଟି ବ୍ୟସ୍ତତାରେ କଟିବ। କାହାରିକୁ ଉଧାର ଦେବାରୁ ନିବୃତ୍ତ ରହନ୍ତୁ। ବ୍ୟବସାୟୀମାନେ ପୁରୁଣା କଥା ଭୁଲି ଆଗକୁ ଦେଖନ୍ତୁ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ମିଥୁନ: ଭାବିଥିବା ଯୋଜନା ବଢ଼ିଆ ପ୍ରମାଣିତ ହେବ। ବହୁତ ନୂଆ ରୁଚି ଅନୁଭବ କରି ପାରନ୍ତି। କୌଣସି ଶୁଭ ଖବର ମିଳିବ। ପ୍ଲାଷ୍ଟିକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ଦିନଟି ଆପଣଙ୍କ ଲାଗି ନୂଆ ସ୍ୱାଗତ ନେଇ ଆସିଛି। ଉଚ୍ଚଅଧିକାରୀଙ୍କ ସହଯୋଗରେ କାମ ପୂରା ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ପରିବାର ସଦସ୍ୟଙ୍କ ଠାରୁ ନୂଆ ବସ୍ତ୍ର ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ସିଂହ: ଆପଣଙ୍କର କୌତୁକିଆ ସ୍ୱଭାବ ଲୋକପ୍ରିୟତାରେ ବୃଦ୍ଧି କରାଇବ। ଦୀର୍ଘ ଦିନର ସ୍ଥଗିତ ଥିବା କାମ ପୂରା ହେବ। ଆପଣଙ୍କ କଥାକୁ ଅଫିସ କର୍ତ୍ତୃପକ୍ଷ ସକାରାତ୍ମକ ଭାବେ ନେବେ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

କନ୍ୟା: ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ସେୟାର ବା ଜମି କାରବାରରୁ ଆଶାନୁରୂପ ଫଳ ପାଇବେ। ସାମାଜିକ କାର୍ଯ୍ୟରେ ସହଯୋଗ କରିବାକୁ ସୁଯୋଗ ମିଳିବ। ବାହନ କିଣିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆଗକୁ ବଢ଼ିବା ଲାଗି ନୂଆ ଅବସର ନଜରକୁ ଆସିବ। ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲାର ସମାଧାନ ହୋଇଯିବ। ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ। ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ବିଛା: ପୂଜାର୍ଚ୍ଚନାରେ ଅଧିକ ସମୟ କଟିବ। ଧର୍ମସଂସ୍ଥାକୁ ଦାନ ଦେବେ। ବ୍ୟବସାୟ ସମ୍ବନ୍ଧରେ ମନରେ ନୂଆ ବିଚାର ଆସିବ। ଚାକିରିରେ ଦାୟିତ୍ଵ ବଢ଼ିିବ। ବେକାରଙ୍କୁ ରୋଜଗାର ମିଳିବ। ପ୍ରେମିକପ୍ରେମିକାଙ୍କ ଲାଗି ଦନଟି ଭଲ। ଶୁଭରଙ୍ଗ: ଈଷତ୍‌ ଲାଲ। ଆରାଧନା: ମାଆ ଭୈରବୀ।

ଧନୁ: ଧୈର୍ଯ୍ୟ ଧରି ରହିଲେ ଆପଣଙ୍କୁ ଆରାମ ମିଳିବ। ବଡ଼ ଅଧିକାରୀଙ୍କ ଠାରୁ ସାହାଯ୍ୟ ମିଳିବ। ଅଫିସରେ ନୂଆ ଲୋକଙ୍କ ସହିତ ସମ୍ବନ୍ଧ ବଢ଼ିବ। ବ୍ୟବସାୟରୁ ଭଲ ଲାଭ ମିଳିବ। ପରିବାରର କୌଣସି କାମରେ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ଆଜି ଆପଣ ନିଜକୁ ଊର୍ଜାଭରା ଅନୁଭବ କରିବେ। ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

କୁମ୍ଭ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। କାରବାର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। କାର୍ଯ୍ୟାଳୟରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇ ଦିନଟି ଶୁଭ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ମୀନ: ଆଗକୁ ବଢ଼ିବାର ଦିନଟିଏ। କୌଣସି ବଡ଼ କଂପାନିରେ ଚାକିରି ଲାଗି ପ୍ରସ୍ତାବ ପାଇବେ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ। ଖେଳାଳିମାନେ ପ୍ରଦର୍ଶନ ଭଲ କରିବେ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ। ଶୁଭରଙ୍ଗ: ଲାଲ। ଆରାଧନା: ସନ୍ତୋଷୀ ମାତା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More