Only for Entertainment

ଅଶ୍ୱତ୍ଥ ଗଛରେ ଲଗାନ୍ତୁ ଏଭଳି ପତାକା, ବିଗିଡ଼ି ଯାଇଥିବା କାମ ମଧ୍ୟ ସୁଧୁରିଯିବ

osho news
59

ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ମାନ୍ୟତାରେ ଗଛର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୁହାଯାଏ ଗଛକୁ ପୂଜା କଲେ ସାକ୍ଷାତ ଭଗବାନଙ୍କୁ ତାହା ମିଳିଥାଏ । ଏହା ଦ୍ୱାରା ପୂଣ୍ୟପ୍ରାପ୍ତି ହୁଏ ବୋଲି ପୁରାଣରେ ବର୍ଣ୍ଣିତ । ତେବେ ଆଜି ଆମେ ସେହିଭଳି ଏକ ଗଛ ବିଷୟରେ ଆଲୋଚନା କରୁଛୁ । ଆଜ୍ଞା ହଁ ଅଶ୍ୱତ୍ଥ ଗଛକୁ ଶୁଦ୍ଧ ଓ ପୂଜନୀୟ ବୋଲି କୁହାଯାଏ । ଅନ୍ୟ ଦିନ ଅପେକ୍ଷା ଶନିବାରକୁ ପୂଜା କଲେ ସୁଫଳ ମିଳିଥାଏ ।

ଶନିବାରକୁ ଅଶ୍ୱତ୍ଥ ଗଛରେ ଲାଲ ରଙ୍ଗର ପତାକା ଲଗାନ୍ତୁ । କୁହାଯାଏ ଏଭଳି କରିବା ଦ୍ୱାରା ଭଗ୍ୟ ଖୁବ ଜୋରରେ ଚମକିବାକୁ ଲାଗେ । କିନ୍ତୁ ଧ୍ୟାନ ରଖିବେ ଏପରି ପତାକା ଲଗାଇବେ ଯେପରି ତାହା ପବନରେ ଉଡ଼ୁଥିବ ।

ଯଦି କୌଣସି କାମରେ ନିରାଶ ହୋଇଛନ୍ତି ତାହାର ସମାଧାନ ହୋଇପାରିବ । ଧାର କରଜରୁ ମୁକ୍ତି ମଧ୍ୟ ମିଳିପାରେ । ଯଥାଯଥ ଅନ୍ଧକାରମୟ ଭବିଷ୍ୟତରୁ ମୁକ୍ତି ପାଇବା ପାଇଁ ଏଭଳି କରିପାରିବେ । ଶନିବାରକୁ ସୂର୍ଯ୍ୟାସ୍ତ ପରେ ଅଶ୍ୱତ୍ଥ ଗଛ ମୂଳରେ କଳା ରାଶି, ବିରି ଏବଂ ଚିନି ଚଢାନ୍ତୁ । ଏହାପରେ ସୋରିଷ ତେଲରେ ଚାରିୁମୁଖି ଦୀପ ଲଗାନ୍ତୁ ।

ଯଦି ତ୍ୱଚା ରୋଗରେ ବାରମ୍ବାର ଚିନ୍ତିତ ହେଉଛନ୍ତି ତେବେ ମଙ୍ଗଳବାରକୁ ଶୁଖିଲା ନଡ଼ିଆରେ ଅଟା, ଚିନି ଓ ଘିଅ ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ବା ପିମ୍ପୁଡ଼ି ଥିବା ଗାତ ନିକଟରେ ରଖି ଦିଅନ୍ତୁ ।

ପୁଅ ସହିତ ସଂପର୍କ ଖରାପ ରହୁଥିଲେ ଶନିବାରକୁ କଳା ରାଶି, ବିରି ଓଚିନି ପ୍ରତ୍ୟେକକୁ ୧ ଚାମଚ ଲେଖାଏଁ ନେଇ ଅଶ୍ୱତ୍ଥ ଗଛ ମୂଳରେ ଦିଅନ୍ତୁ । ଏହାପରେ ପାଣି ଛିଂଚି ସୋରିଷ ତେଲରେ ଦୀପ ଲଗାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More