Only for Entertainment

ଆଜି ରିଲିଜ : ‘ଅଜାତଶତୃ’

youtube
0 103

ଆକ୍ସନରେ ଭରପୁର ଓଡିଆ ଚଳଚ୍ଚିତ୍ର ‘ଅଜାତଶତୃ’ ଆଜି ପରଦାକୁ ଆସିଛି । ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର ଅଧିକାଂଶ ସୁଟି ରାଜସ୍ଥାନରେ କରାଯାଇଛି । ଏହି ଫିଲ୍ମରେ ନାୟକ ଭୂମିକାରେ ସୋହମ ଥିବା ବେଳେ ଫିଲ୍ମରେ ଦୁଇ ଜଣ ନାୟିକା ନଜର ଆସିଛନ୍ତି । ସେମାନେ ହେଉଛନ୍ତି ଦେବଜାନୀ ଏବଂ ନବାଗତା ସାଧ୍ୱୀ । ସୋହମଙ୍କର ଏହା ପ୍ରଥମ ଫିଲ୍ମ ହୋଉଥିବା ବେଳେ ବେଶ କିଛି ବ୍ୟବଧାନପରେ ଦେବଜାନୀଙ୍କୁ ଦର୍ଶକ ବଡ ପରଦାରେ ଦେଖିବାକୁ ମିଳିଛି ।

 

ଫିଲ୍ମରେ ବିପଜ୍ଜନକ ଷ୍ଟଂଟ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ନାୟକ ସୋହମ । ଏହା ସହିତ ନାୟକ ସୋହମ ଏହି ଫିଲ୍ମର ପ୍ରଯୋଜକ ମଧ୍ୟ ଅଛନ୍ତି । ରାୟ ମିଡିଆ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମରେ କାହାଣୀ, ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଓ ସ୍ୱର ସଂଯୋଜନାରେ ଅଛନ୍ତି ବିଶ୍ୱଭୂଷଣ ମହାପାତ୍ର । ସୋହମ, ଦେବଜାନୀ ଏବଂ ସାଧ୍ୱୀଙ୍କ ବ୍ୟତିତ ମନୋଜ ମିଶ୍ର, ଶକ୍ତି ବରାଳ, ପ୍ରଜ୍ଞା, କାଳୀ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ରୋମାନ୍ସକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ବେଳେ ଗୀତ ଗୁଡିକ ଖୁବ ଭଲ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More