Only for Entertainment

ଅପେକ୍ଷାର ହେଲା ଅନ୍ତ, ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ୟାଡମ୍ୟାନ’

Geometria
0 39

ଆଜି ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ତଥା ଚଳିତବର୍ଷର ବହୁଚର୍ଚ୍ଚିତ ଫିଲ୍ମ ‘ପ୍ୟାଡମ୍ୟାନ’ । ବାସ୍ତବିକ କାହାଣୀ ଉପରେ ଆଧାରିତ ଏହି କମେଡି ଡ୍ରାମା ଫିଲ୍ମକୁ ନେଇ ବର୍ଷ ଆରମ୍ଭରୁ ହିଁ ଦେଖିବାକୁ ମିଳିଛି ଉତ୍କଣ୍ଠା । ମହିଳାଙ୍କ ଋତୁଶ୍ରାବକାଳୀନ ସ୍ୱଚ୍ଛତା ତଥା ଭାରତର ଶସ୍ତା ସାନିଟାରୀ ନାପକିନର ଭଦ୍ଭାବନ ତାମିଲନାଡୁର ପଦ୍ମଶ୍ରୀ ଅରୁଣାଚଳମ ମୁରୁଗନାଥମଙ୍କ କାହାଣୀ ଉପରେ ଆଧାରିତ । ରିଜିଲ ପୂର୍ବରୁ ହିଁ ଏହା ସମଗ୍ର ଦେଶରେ ବହୁଳ ଭାବେ ଆଦୃତ ହୋଇଛି । କେତେବେଳେ ‘ପ୍ୟାଡମ୍ୟାନ’ ଚ୍ୟାଲେଞ୍ଜ ତ ପୁଣି ସେଲ୍ଫି ୱିଥ ଏ ପ୍ୟାଡ କ୍ୟାମ୍ପେନ ଫିଲ୍ମକୁ ସୋସିଆଲ ମିଡିଆ ମାଧ୍ୟମରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପହଂଚାଇପାରିଛି । ଶେଷରେ ଆଜି ଏହି ଫିଲ୍ମ ସମଗ୍ର ଦେଶରେ ରିଲିଜ ହେଇଛି ।

ଆର. ବାଲକୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଅଭିନେତ୍ରୀ ତଥା ଲେଖିକା ଟ୍ୱିଙ୍କିଲ ଖାନ୍ନାଙ୍କ ପୁସ୍ତକ ‘ଦି ଲିଜେଣ୍ଡ ଅଫ ଲକ୍ଷ୍ମୀପ୍ରସାଦ’ ଉପରେ ଆଧାରିତ । ଏଥିରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ରାଧିକା ଆପ୍ତେ, ସୋନମ କପୁରଙ୍କ ସହ ଅମିତାଭ ବଚ୍ଚନ ପ୍ରମୁଖ ଅଛନ୍ତି । ପୂର୍ବରୁ ‘ଟୟଲେଟ: ଏକ ପ୍ରେମ କଥା’ ଫିଲ୍ମ ମାଧ୍ୟମରେ ସମଗ୍ର ଦେଶକୁ ପରିମଳର ବାର୍ତ୍ତା ଦେଇଥିବା ଅକ୍ଷୟ କୁମାର ‘ପ୍ୟାଡମ୍ୟାନ’ ମାଧ୍ୟମରେ ମହିଳାଙ୍କ ଋତୁଶ୍ରାବକାଳୀନ ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି । ଭାରତର ମହିଳାଙ୍କ ଋତୁଶ୍ରାବକୁ ନେଇ ରହିଥିବା ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସ, କୁପ୍ରଥାକୁ ଦୂର କରିବା ଏବଂ କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ଋତୁଶ୍ରାବକାଳୀନ ସ୍ୱଚ୍ଛତା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଫିଲ୍ମର ମୁଖ୍ୟ ଉଦ୍ଦେଶ୍ୟ ।

padman-story

ବିଶେଷକରି ସାନିଟାରୀ ପ୍ୟାଡ ବ୍ୟବହାର ପାଇଁ ଅଧିକରୁ ଅଧିକ ମହିଳା ଏବଂ ଯୁବତୀଙ୍କୁ ଉତ୍ସାହିତ କରିବା ଏହାର ଆଉ ଏକ ଲକ୍ଷ୍ୟ । ଫିଲ୍ମକୁ ବ୍ୟବସାୟିକ ଦୃଷ୍ଟିକୋଣ ଅପେକ୍ଷା ସାମାଜିକ ଦୃଷ୍ଟିକୋଣରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଭାରତର ମେନ୍ସୁରାଲ ମ୍ୟାନ ଭାବେ ପରିଚିତ ମୁରୁଗନାଥଙ୍କ ଅକୁହା କଥାକୁ ଏହା ସମସ୍ତଙ୍କ ସାମ୍ନାକୁ ଆଣିଛି । ଏଥିସହ ଫିଲ୍ମରେ ଜବରଦସ୍ତ କମେଡିର ଝଲକ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ । ସବୁଠାରୁ ବଡକଥା ହେଲା, ଫିଲ୍ମର ଟ୍ରେଲରରେ ଅକ୍ଷୟ ଏକ ଗୋଲାପି ରଙ୍ଗର ଲେଡିଜ ଅଣ୍ଡରୱେର ପିନ୍ଧି ସାନିଟାରୀ ନାପକିନ ପିନ୍ଧୁଥିବା ଦୃଶ୍ୟ ଫିଲ୍ମ କ୍ରିଟିକଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ମନକୁ ଛୁଇଁପାରିଛି । ତେଣୁ ଫିଲ୍ମଟି ସବୁବର୍ଗର ଓ ସବୁ ଶ୍ରେଣୀର ଲୋକଙ୍କ ଦ୍ୱାରା ପ୍ରଶଂସିତ ହେବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More