Only for Entertainment

ଆଜି ପରଦାକୁ ଆସୁଛି ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତ’ । ରିଲିଜ ପୂର୍ବରୁ ହିଂସା ଅଣାୟତ, କରଣି ସେନାର ଭାରତ ବନ୍ଦ

Peepingmoon
0 38

ବହୁ ବାଦବିବାଦ ପରେ ଆଜି ପରଦାକୁ ଆସୁଛି ସଂଜୟ ଲୀଲା ଭନସାଲୀଙ୍କ ମୁଭି ପଦ୍ମାବତ । ମଙ୍ଗଳବାର ସୁପ୍ରିମକୋର୍ଟ ଫିଲ୍ମ ରିଲିଜ ବିରୋଧରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାରଙ୍କ ସାନି-ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଫିଲ୍ମ ରିଲିଜ ପାଇଁ ଅନୁମତି ଦେଇ କହିଥିଲେ ଭାରତରେ ବ୍ୟାଣ୍ଡିଟ କୁଇନ ଭଳି ଫିଲ୍ମ ରିଲିଜ ହୋଇପାରୁ ଥିବା ବେଳେ ପଦ୍ମାବତ କାହିଁକି ହୋଇପାରିବ ନାହିଁ । ସେନସର ବୋର୍ଡ ଫିଲ୍ମ ସାର୍ଟିଫିକେଟ ଦେଇ ଫିଲ୍ମ ରିଲିଜ ପାଇଁ ଅନୁମିତ ଦେବା ପରେ କୌଣସି ପରିସ୍ଥିତିରେ ଫିଲ୍ମ ରିଲିଜକୁ ରୋକିହେବ ନାହିଁ ବୋଲି କହିଥିଲେ ଚିଫ ଜଷ୍ଟିସ ଦୀପକ ମିଶ୍ର ।

Bollywood-Padmavat-

ପଦ୍ମାବତ ଫିଲ୍ମରେ ଐତିହାସିକ ତଥ୍ୟକୁ ଭୁଲ ଭାବେ ଉପସ୍ଥାପିତ କରି ରାଜପୁତଙ୍କ ଭାବନା ସହ ଖେଳ ଖେଳାଯାଇଥିବା ଅଭିଯୋଗ ଆଣି ଫିଲ୍ମକୁ ସଂପୂର୍ଣ୍ଣ ବ୍ୟାନ ଦାବି କରିଥିଲା ରାଜପୁତ କର୍ଣ୍ଣି ସେନା । ଏହାକୁ ନେଇ ସେନସର ବୋର୍ଡ ସମାଧାନର ରାସ୍ତା ବାହାର କରି ପଦ୍ମାବତୀରୁ ଫିଲ୍ମର ନାମ ବଦ୍ମାବତ ଏବଂ ଫିଲ୍ମର କିଛି ସିନ ଉପରେ କଇଁଚି ଚଲାଇଥିଲେ । ସେନସର ବୋର୍ଡର ନିର୍ଦ୍ଦେଶ କ୍ରମେ ଫିଲ୍ମରେ ସାମାନ୍ୟ ପରିବର୍ତନ ପରେ ସାର୍ଟିଫିକେଟ ପାଇଥିବା ପଦ୍ମାବତ ଆଜି ରିଲିଜ ହେଉଛି ।

ବିରୋଧ ଭିତରେ ଆଜି ସାରା ଭାରତରେ ରିଲିଜ୍ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଏବଂ ବିବାଦ ଘେରରେ ଛନ୍ଦି ହୋଇଥିବା ଚଳଚ୍ଚିତ୍ର-ପଦ୍ମାବତ୍ । ଅନ୍ୟପଟେ ଫିଲ୍ମ ରିଲିଜକୁ ବିରୋଧ କରି କର୍ଣ୍ଣିସେନା ଭାରତ ବନ୍ଦ ଡାକରା ଦେଇଛି । ଅନ୍ୟପଟେ ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ ତରଫରୁ କୁହାଯାଇଛି ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ଗୋଆରେ ପଦ୍ମାବତ ଫିଲ୍ମ ପ୍ରଦର୍ଶନ କରାଯିବ ନାହିଁ । ଫିଲ୍ମ ରିଲିଜ୍ ନେଇ ସୁପ୍ରିମ କୋର୍ଟ ସବୁ ପ୍ରତିବନ୍ଧକ ହଟାଇବା ପରେ ବି କର୍ଣ୍ଣି ସେନା ଫିଲ୍ମ ରିଲିଜକୁ ବିରୋଧ କରି ହିଂସାକାଣ୍ଡ ଘଟାଉଛନ୍ତି ।

ଗତକାଲି ଦେଶର ବିଭିନ୍ନ ଅଂଚଳରେ ଆଜି ବ୍ୟାପକ ହିଂସାକାଣ୍ଡ ଓ ପୋଡଜଳା ଦେଖିବାକୁ ମିଳିଛି । ଗୁରୁଗ୍ରାମରେ ଏକ ସ୍କୁଲ ବସକୁ ପୋଡିଦେଇଥିଲେ ବିକ୍ଷୋଭକାରୀ । ତେଣୁ ଅଘଟଣ ଆଶଙ୍କାରେ ଆଜି ଗୁରୁଗ୍ରାମର ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ଫିଲ୍ମ ହଲ ଓ ସପିଂ ମଲ୍ରେ ଭଙ୍ଗାରୁଜା କରାଯାଇଛି । ହରିୟାଣା, ଗୁଜରାଟ, ରାଜସ୍ଥାନ, ୟୁପି, ବିହାରରେ ବହୁ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୁଲିସ । ଦିଲ୍ଲୀ-ଜୟପୁର ରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରିଥିବା ବେଳେ ମଥୁରାରେ ରେଳରୋକ କରିଥିଲେ ବିକ୍ଷୋଭକାରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More