Only for Entertainment

ଫ୍ରାଇଡେ ରିଲିଜ: ହେଟ ଷ୍ଟୋରୀ-୪ କୁ ଟକର୍ ଦେବ ଦିଲ୍ ଜଙ୍ଗଲି ଏବଂ ଥ୍ରୀ ଷ୍ଟୋରିଜ୍

Tito's Goa
0 73

ଫ୍ରାଇଡେ ରିଲିଜ୍ରେ ମୁକ୍ତିଲାଭ କଲା ତିନୋଟି ବଲିଉଡ ଫିଲ୍ମ । ରୋମାଂଟିକ୍ ଫିଲ୍ମ ଦୀଲ ଜଙ୍ଗଲି, ରିଭେଂଜ୍ – ଡ୍ରାମା ଫିଲ୍ମ ହେଟ୍ ଷ୍ଟୋରୀ – ଫୋର୍ ସହ ମଲ୍ଟି ଷ୍ଟାରର୍ ଫିଲ୍ମ ଥ୍ରୀ ଷ୍ଟୋରିଜ୍ ମୁକ୍ତିଲାଭ କରିଛି । ପ୍ରତ୍ୟେକ ଫିଲ୍ମ ଭିନ୍ନ ଭିନ୍ନ ଷ୍ଟୋରୀ ଲାଇନ୍ ଓ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି । ତେବେ କେଉଁ ଫିଲ୍ମକୁ ଦର୍ଶକ ବେଶି ପସନ୍ଦ କରିବେ ସେକଥା ବକ୍ସ ଅଫିସ୍ ରିପୋର୍ଟରୁ ଜଣାପଡିବ । ହେଲେ ଏହି ତିନୋଟି ସିନେମାକୁ ନେଇ ଆରମ୍ଭ ହୋଇଯାଇଛି ଜବରଦସ୍ତ ପ୍ରତିଯୋଗୀତା ।

ହେଟ୍ ଷ୍ଟୋରୀ – ଫୋର୍ ଫିଲ୍ମରେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । କିଭଳି ଦୁଇ ଭାଇ ଗୋଟିଏ ଝିଅର ପ୍ରେମରେ ପଡି ଯାଆନ୍ତି, ତାହାକୁ ନେଇ ଗତିଶୀଳ ହୋଇଛି ହେଟ୍ଷ୍ଟୋରୀ ଫୋର୍ର କାହାଣୀ । ଭୂଷଣ କୁମାରଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ବିଶାଲ୍ ପାଣ୍ଡ୍ୟା । ଫିଲ୍ମରେ ଉର୍ବଶୀଙ୍କ ବ୍ୟତୀତ କରଣ ୱାହି, ବିଭାନ୍ ଭତେନା, ଗୁଲସନ୍ ଗ୍ରୋବର୍ ଆଦି କଳାକାରଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମରେ କାହାଣୀ ସମେତ ମନଲୋଭା ଗୀତକୁ ବି ସ୍ଥାନ ଦେଇଛନ୍ତି ନିର୍ମାତା । ଫିଲ୍ମର ଗୀତଗୁଡିକ ପୂର୍ବରୁ ହିଁ ଚହଳ ସୃଷ୍ଟି କରି ପାରିଛି । ଏବେ ଅପେକ୍ଷା ରହିଲା ଦେଖିବାକୁ ସିନେମାକୁ ଦର୍ଶକ ସେତିକି ଭଲପାଇବା ଦେଉଛନ୍ତି କି ନାହିଁ ।

dil junglee

ଅନ୍ୟପକ୍ଷରେ ମୁକ୍ତିଲାଭ କରିଛି ରୋମାଂଟିକ୍ – କମେଡି ଫିଲ୍ମ ଦିଲ୍ ଜଙ୍ଗଲି । ଢେର୍ ସାରା କମେଡି ଆଉ ମନଲୋଭା ଗୀତ ଦେଖିବାକୁ ମିଳିଛି ଏହି ଫିଲ୍ମରେ । ଅଭିନେତ୍ରୀ ତାପସି ପନ୍ନୁ ଓ ଅଭିନେତା ସକିବ୍ ସଲିମଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ ସ୍ଥାନ ପାଇଛି ସିନେମାରେ । ଫିଲ୍ମରେ ତାପସି ଇଂଲିସ୍ କାଉଁସିଲର୍ ସାଜିଥିବାବେଳେ ଓ ସକିବଙ୍କୁ ଜିମ୍ ଟ୍ରେନର୍ ଭାବେ ଦେଖିବାକୁ ମିଳିଛି । ଆଉ ତାପସିଙ୍କ ଠାରୁ ଇଂଲିଶ୍ ତାଲିମ୍ ନେଇଛନ୍ତି ସକିବ୍ । ଫିଲ୍ମରେ ତାପସି ଓ ସକିବଙ୍କ ବ୍ୟତିତ ନିଧି ସିଂହ, ଅଭିଳାଷ ଥପ୍ପଳିୟାଲ୍, ଶ୍ରିଷ୍ଠି ଶ୍ରିବାସ୍ତବଙ୍କୁ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଆକର୍ଷଣୀୟ କାହାଣୀ ସହ ମନଲୋଭା ଗୀତ ମଧ୍ୟ ଶୁଣିବାକୁ ମିଳିଛି ଏହି ଫିଲ୍ମରେ । ତେବେ ରିଲିଜ୍ ପୂର୍ବରୁ ହିଁ ଫିଲ୍ମର ଗୀତ ଗୁଡିକ ହିଟ୍ ହୋଇ ସାରିଛି । ପୁଜା ଏଂଟରଟେନମେଂଟ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାକୁ ପ୍ରଡ୍ୟୁସ କରିଛନ୍ତି ବାସୁ ଭଗନାନି ଓ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆଲିୟା ସେନ୍ । ସିନେମାଟି ଯୁବପିଢୀର ଦର୍ଶକଙ୍କ ମନଜିଣି ପାରିବ ବୋଲି ଆଶା କରାଯାଉଛି ।

3-storeys-movie

ଏହି ୨ଟି ଫିଲ୍ମ ବ୍ୟତୀତ ଫ୍ରାଇଡେ ରିଲିଜ୍ରେ ସାମିଲ୍ ହୋଇଛି ଡ୍ରାମା ଫିଲ୍ମ ଥ୍ରୀ ଷ୍ଟୋରିଜ୍ । ଫିଲ୍ମଟି ୩ ଟି ପୃଥକ ପୃଥକ କାହାଣୀ କୁ ନେଇ ଗତିଶୀଳ ହୋଇଛି । ମାତ୍ର ପ୍ରତ୍ୟେକ କାହାଣୀ ପରସ୍ପର ସହ ଜଡିତ । ଏକ୍ସଲ୍ ମୁଭିଜ୍ ଅବଦାନ ଏହି ସିନେମାର ପ୍ରଯୋଜନା ଭାର ତୁଲାଇଛନ୍ତି ଅଭିନେତା ଫରହାନ୍ ଅଖତର୍ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅର୍ଜୁନ ମୁଖାର୍ଜୀ । ଫିଲ୍ମରେ ବଲିଉଡର ଅନେକ ଚିହ୍ନା ଅଚିହ୍ନା କଳାକାର ନଜର ଆସିଛନ୍ତି । ରିଚା ଚଡଢା, ରେଣୁକା ସାହାଣୀ, ପୁଲକୀତ ସମ୍ରାଟ, ସରମନ୍ ଯୋଶୀ, ଆଇଶା, ପୁଲକିତ ସମ୍ରାଟ ଆଦି କଳାକାରଙ୍କ ବିଭିନ୍ନ ଭୂମିକାରେ ଅଭିନୟ ସ୍ଥାନ ପାଇଛି ।

ଏହି ତିନୋଟି ଫିଲ୍ମ ମଧ୍ୟରୁ କେଉଁ ସିନେମା ବକ୍ସ ଅଫିସରେ ମାରିବ ବାଜି ଆଉ କେଉଁ ଫିଲ୍ମ ହେବ ଫେଲ୍, ତାହା ଆଗାମୀ ଦିନରେ ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More