Only for Entertainment

ଫ୍ରାଇଡେ ରିଲିଜରେ ରିଲିଜ ହେଲା ଦୁଇ ଦୁଇଟି ଦମଦାର ଚଳଚ୍ଚିତ୍ର !

23

ଫ୍ରାଇଡେ ରିଲିଜରେ ଦେଖିବାକୁ ମିଳିଛି ଦୁଇ ଦୁଇଟି ଆକ୍ସନ ଥ୍ରିଲର ଫିଲ୍ମ ମର୍ଦ୍ଦାନୀ୨ ଏବଂ ଦ ବଡି । ତେବେ ପୁଣି ପରଦାରେ ଜମିବ ରାନୀଙ୍କ ମର୍ଦ୍ଦାନୀ ଅବତାର୍ । ପୁଣି ଥରେ କ୍ରାଇମ୍ ବ୍ରାଂଚ୍ ଅଫିସର୍ ହୋଇ କ୍ରିମିନାଲଙ୍କ ସହ ଟକ୍କର୍ ଦେବାକୁ ଆସିଛନ୍ତି ଏହି ବଙ୍ଗୀୟ ସୁନ୍ଦରୀ । ରାନୀ ମୁଖାର୍ଜୀ ଭେଟି ଦେଇଛନ୍ତି ଆକ୍ସନ୍ – ଥ୍ରୀଲର୍ ଫିଲ୍ମ ମର୍ଦ୍ଦାନୀ – ଟୁ । ଏହି ସିନେମାର ପ୍ରଥମ ଟିଜର୍ ମୁକ୍ତିଲାଭ କଲା ପରେ ଲୋକଙ୍କର ଫିଲ୍ମକୁ ନେଇ ଉତ୍ସାହ ବଢି ଯାଇଥିଲା । ପୋଲିସ୍ ବର୍ଦ୍ଦି ସହ ରାନିଙ୍କ ଆଗ୍ରେସିଭ୍ ଲୁକ୍ ଦେଖିବାକୁ ମିଳିଛି ଏହି ଫିଲ୍ମରେ । ଏହି ସିନେମାରେ ଶିବାନୀ ଶିବାଜୀ ରୟ ଚରିତ୍ରରେ ପୁଣିଥରେ ନିଜ କମାଲ୍ ଅଭିନୟ ପରସିବେ ରାନୀ । ସିନେମାର ପ୍ରଥମ ଭାଗରେ ବି ଏହି ଚରିତ୍ର ତୁଲାଇଥିଲେ ରାନୀ ମୁଖାର୍ଜୀ । ଯାହା ୨୦୧୪ରେ ଆସିଥିଲା ପରଦାକୁ ।

ସେହିଭଳି ଆଉ ଏକ ଫିଲ୍ମ ‘ଦ ବଡି’ଟ୍ରେଲରରେ ସସପେନ୍ସ ଓ ଥ୍ରୀଲରରେ ଭରପୁର ରହିବା ସହ ଋଷି ଓ ଇମ୍ରାନଙ୍କ ଦମଦାର ଅଭିନୟର ଝଲକ ଦେଖିବାକୁ ମିଳିଥିଲା ।ଫିଲ୍ମରେ ନୂଆ ଚେହେରା ବେଦିକା ଓ ଶୋଭିତା ଫିମେଲ ଲିଡରେ ଅଭିନୟ କରୁଛନ୍ତି । ସୁନୀର ଖେତରପାର ଫିଲ୍ମର ପ୍ରଯୋଜନା ଓ ଜିତ ଯୋଶେଫ ନିର୍ଦ୍ଦେଶନା ଦେଇଛନ୍ତି । ମଲାୟାଲାମ ଫିଲ୍ମର ନିର୍ଦ୍ଦେଶକ ଜିତୁ ଯୋଶେଫଙ୍କ ଏହା ବଲିଉଡ ଡେବ୍ୟୁ । କ୍ରାଇମ ମିଷ୍ଟ୍ରିର କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମରେ ଅଳ୍ପ କିଛି ହରର ସିନକୁ ମଧ୍ୟ ସ୍ଥାନ ଦିଆଯାଇଛି ।

ଅନ୍ୟପଟେ ଋଷିଙ୍କ କମବ୍ୟାକ ନେଇ ପରିବାର ସହ ପ୍ରଶଂସକ ବେଶ ଖୁସି ଅଛନ୍ତି । କର୍କଟ ରୋଗରେ ପୀଡିତ ହେବା ପରେ ଅଭିନେତା ବେଶ କିଛି ଦିନ ହେବ ନ୍ୟୁର୍ୟକରେ ଚିକିତ୍ସିତ ହେଉଥିଲେ । ମୁମ୍ବାଇ ଫେରିବା ପରେ ଋଷି ବାକି ଥିବା ଫିଲ୍ମର କିଛି ଭାଗର ସୁଟିଂ କରିଥିଲେ । ପୋଷ୍ଟ ପ୍ରଡକ୍ସନ ପରେ ଏବେ ରିଲିଜ ହୋଇଛି ଫିଲ୍ମ ଦ ବଡି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More