Only for Entertainment

ଆଜି ମୁକ୍ତିଲାଭ କଲା ବହୁ ପ୍ରତିକ୍ଷୀତ ଓଡ଼ିଆ ସିନେମା କଟି ପତଙ୍ଗ ।

youtube
54

ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଓଡ଼ିଆ ସିନେମା କଟି ପତଙ୍ଗ ଆଜି ସିନେମା ଘରେ ରିଲିଜ ହୋଇଛି । ଶକ୍ତି ପ୍ରଡକ୍ସନର ଚତୁର୍ଥ ସଂସ୍କରଣ କଟି ପତଙ୍ଗରେ ଆଲବମ କୁଇନ ରାନୀଙ୍କ ଅପୋଜିଟରେ ନଜର ଆସିଛନ୍ତି ନବାଗତ ନାୟକ ଆର.କେ । ଅଭିନେତ୍ରୀଙ୍କ କହିବା ଅନୁସାରେ ଫିଲ୍ମର କହାଣୀ ଖୁବ ଭଲ । ଏହା ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଜଣେ ଯୁବକ କିପରି ସାମାନ୍ୟ ଭୁଲ ପାଇଁ ନିଜ ଜୀବନକୁ ଅନ୍ଧାରକୁ ଠେଲି ଦେଇଛି ତାହା ଏହି ସିନେମାରେ ଦେଖିବାକୁ ମିଳିବ । ଏକ ଭିନ୍ନ ଧରଣର କାହାଣୀକୁ ଚଳଚ୍ଚିତ୍ରରେ ରୂପାୟନ କରାଯାଇଛି ।

ଫିଲ୍ମର ପ୍ରଯୋଜକ ହେଉଛନ୍ତି ଦେବେନ୍ଦ୍ର ନାଥ । କାହାଣୀ ରଚନା କରିଛନ୍ତି ମଧୁସ୍ମିତା ଦାସ । ରାନୀ ଏବଂ ଆର.କେଙ୍କ ବ୍ୟତୀତ ଫିଲ୍ମରେ ଅସିତ ପତି, ଅନନ୍ୟା ଏବଂ ଅଭିଷେକ ରଥ ଆଦି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More