Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 45

ମେଷ: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ପାଇବେ। କୌଣସି ବିବାଦକୁ ପଶନ୍ତୁ ନାହିଁ। ନେତା ଆପଣଙ୍କୁ ନୂଆ କାର୍ୟ୍ୟ ଅର୍ପଣ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ପାରିବାରିକ କାର୍ୟ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ସିନିୟର ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ୟ୍ୟଦେବ।

ମିଥୁନ: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଶତ୍ରୁଙ୍କୁ ପରାସ୍ତ କରିବେ। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

କର୍କଟ: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ଅଚାନକ ଧନଲାଭ ହେବ। ଚାକିରି ପରିବର୍ତ୍ତନ କରିବା ଲୋକଙ୍କ ପାଇଁ ଦିନଟି ଭଲ। ସନ୍ତାନଙ୍କ କ୍ୟାରିୟର ସମ୍ବନ୍ଧରେ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଲିଙ୍ଗରାଜ।

ସିଂହ: ଅଫିସ୍‌ରେ କୌଣସି ସମସ୍ୟାର ସମାଧାନ ହେବ। ପଇସା ରୋଜଗାର ପାଇଁ ଦିମାକରେ ନୂଆ ବିଚାର ଆସିବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ସନ୍ତାନଙ୍କ ଉନ୍ନତିରେ ମନ ପ୍ରସନ୍ନ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

କନ୍ୟା: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ପୂର୍ବରୁ ଯେଉଁ କାର୍ୟ୍ୟ କଷ୍ଟ ମନେ ହେଉଥିଲା, ତାହା ଆଜି ସହଜରେ କରିପାରିବେ। ପଡ଼ୋଶୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। କୌଣସି ନିର୍ମାଣ କାର୍ୟ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ତୁଳା: ଆପଣଙ୍କ ମନୋଭାବ ଭଲ ରହିବ। ଚାକିରିରେ ନିଜର ଦାୟିତ୍ଵକୁ ସୁରୁଖୁରୁରେ ତୁଲାଇବେ। ଧନପ୍ରାପ୍ତିର ସୁନ୍ଦର ଯୋଗ ରହିଛି। ବ୍ୟବସାୟରେ ବଡ଼ ସଉଦା ପାଇଁ ସ୍ୱାକ୍ଷର କରିବେ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ମାଣିକେଶ୍ୱରୀ।

ବିଛା: ଆପଣଙ୍କ ଭାଗ୍ୟର ତାରକା ଉଜ୍ଜ୍ଵଳ ରହିବ। ପ୍ରତ୍ୟେକ କାର୍ୟ୍ୟରେ ସଫଳ ହେବେ। ବୁଦ୍ଧିଜୀବୀଙ୍କ ସହିତ ସଂପର୍କ ମଜଭୁତ ହେବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଛାତଛାତ୍ରୀମାନେ ମନ ଲଗାଇ ପଢ଼ନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଆପଣ କ’ଣ ପାଇଛନ୍ତି, କ’ଣ ହରାଇଛନ୍ତି; ଆଜି ସେହି ଚିନ୍ତାରେ ଅଧିକ ସମୟ କଟିବ। ଅଫିସ୍‌ରେ କାମର ବୋଝ ବଢ଼ିପାରେ। ସହକର୍ମୀଙ୍କ ସହଯୋଗରେ ଅଧୁରା କାମ ପୂରା ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଆଖଣ୍ଡଳମଣି।

ମକର: ଭାଗ୍ୟର ସହଯୋଗ ପାଇବେ। ଦୀର୍ଘଦିନରୁ ଅଟକିଥିବା କାମ ସଂପୂର୍ଣ୍ଣ ହେବ। କୋର୍ଟ କଚେରି ମାମଲାରୁ ଦୂରେଇ ରହନ୍ତୁ। ବନ୍ଧୁଙ୍କ ସହିତ ଯାତ୍ରାରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଭଦ୍ରକାଳୀ।

କୁମ୍ଭ: ସତ୍‌ସଙ୍ଗରେ ସମୟ ବିତିବ। ସନ୍ତାନଙ୍କ ଠାରୁ ଭଲ ଖବର ମିଳିବ। ଅଫିସ୍‌ରେ ଅଧିକାରୀବର୍ଗଙ୍କ ସହଯୋଗ ପାଇବେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ସାଧୁସନ୍ଥଙ୍କ ସହିତ ସଂପର୍କ ବଢ଼ିବ। କୌଣସି ଶୁଭ ସୂଚନା ମିଳିବା ହେତୁ ଖୁସି ରହିବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାର୍ୟ୍ୟ ଅର୍ପଣ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିରଜା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More