Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 49

ମେଷ: ଆପଣଙ୍କ ବିନମ୍ର ସ୍ୱଭାବ ଆପଣଙ୍କୁ ସାହାଯ୍ୟ କରିବ। ବ୍ୟବସାୟ ଲାଗି ନୂଆ ଅନୁବନ୍ଧ ମିଳିପାରେ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଛାତ୍ରଛାତ୍ରୀଙ୍କୁ ନୂଆ ପାଠ୍ୟକ୍ରମରେ ଯୋଡ଼ିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: କାର୍ୟ୍ୟରେ ବୃଦ୍ଧି ଲାଗି ସୁଅବସର ମିଳିବ। ଆପଣଙ୍କ ପରାମର୍ଶ ଅନ୍ୟମାନେ ଗ୍ରହଣ କରିବେ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧରେ ପ୍ରେମ ବଜାୟ ରହିବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ସମୟ କଟିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ମଝିଘରିଆଣୀ।

ମିଥୁନ: କ୍ୟାରିୟରରେ ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ଅଚାନକ ଖୁସି ଖବର ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ଭୋଜନ ପାଇଁ ଯାଇପାରନ୍ତି। ସନ୍ତାନଙ୍କ କ୍ୟାରିୟର ସମ୍ବନ୍ଧରେ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

କର୍କଟ: ଆଜି ଦିନଟି ଭଲ ଫଳାଫଳ ନେଇ ଆସିବ। ଚାକିରି ସମ୍ବନ୍ଧିତ ମନୋକାମନା ପୂରା ହେବ। କୌଣସି ନିର୍ମାଣ କାର୍ୟ୍ୟ ପାଇଁ ଯୋଜନା କରିବେ। ବ୍ୟବସାୟରେ ବଡ଼ ଅର୍ଡର ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

ସିଂହ: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଧର୍ମ ସମ୍ବନ୍ଧିତ ବହି ପଢ଼ିବେ। ଅଫିସ୍‌ କାମରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ଆର୍ଥିକ ଅବସ୍ଥାରେ ସୁଧାର ହେବ। ସନ୍ତାନଙ୍କ ପ୍ରସଙ୍ଗରେ ଚିନ୍ତା ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ମିଷ୍ଟାନ ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। ରାତିରେ ନିଦ ଭଲ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଦୁର୍ଗା।

ତୁଳା: ଆଜି ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଜୀବନସାଥୀଙ୍କ ସହଯୋଗରେ ଘରର ମାହୋଲ୍‌ ଭଲ ରହିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ବିଛା: ଜମିର ସଉଦା ରଦ୍ଦ କରନ୍ତୁ; ଭଲ ହେବ। ଅନ୍ୟମାନଙ୍କୁ ଏଭଳି ବଚନ ଦିଅନ୍ତୁ ଯାହା ପୂରା କରି ପାରିବେ। ଚାକିରିଆଙ୍କର ଏଭଳି ସ୍ଥାନକୁ ବଦଳି ହେବ ଯାହା ଦ୍ଵାରା ଯିବା ଆସିବାରେ ଅସୁବିଧା ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କୀଚକେଶ୍ୱରୀ।

ଧନୁ: ସୁଖ ଓ ସୌଭାଗ୍ୟ ବୃଦ୍ଧି ପାଇଁ ଦିନଟିଏ। ଯାହା ବି କାମ କରିବେ ସଫଳ ହେବେ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ରାଜନୀତିରେ ପଦପ୍ରାପ୍ତ ହେବ। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

ମକର: ଜୀବନ ସଂପୂର୍ଣ୍ଣ ବାଧା ମୁକ୍ତ ହେବ। ସାହସ ବଢ଼ିବ, ସମ୍ମାନ ମିଳିବ ଓ ପଇସା ଆସିବ। ବ୍ୟବସାୟ ପାଇଁ ନୂଆ ରାସ୍ତା ଉନ୍ମୁକ୍ତ ହେବ। ପୁରୁଣା ରୋଗରୁ ଆରାମ ମିଳିବ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଜ୍ୟୋତିଷ ବିଦ୍ୟାରେ ରୁଚି ବଢ଼ିବ। ମହତ୍ତ୍ଵପୂର୍ଣ୍ଣ କଥା ଉପରେ ଅନ୍ୟମାନଙ୍କ ସହିତ ଆଲୋଚନା କରିବାର ଅବସର ମିଳିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ଲାଗି ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

ମୀନ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ବଡ଼ଭାଇଙ୍କ ସହଯୋଗ ପାଇବେ। ଅଫିସ୍‌ରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହିତ ବିତର୍କ ହୋଇପାରେ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମାଣିକେଶ୍ୱରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More