Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 49

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ମହତ୍ତ୍ଵପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଜମି ବା ଘର କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ବୃଷ: ଆପଣଙ୍କ ଭାବନା ଓ ବ୍ୟବହାର ସକାରାତ୍ମକ ରଖନ୍ତୁ। ବୁଦ୍ଧିମତ୍ତାରେ କାମ କରନ୍ତୁ; ଆପଣଙ୍କର ଫାଇଦା ହେବ। ଅଚାନକ ଧନଲାଭ ହେବ। ବାହାର କାମରେ ଗଲାବେଳେ ବାହନ ସବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

ମିଥୁନ: ବ୍ୟବସାୟର ଗତିବିଧି ପରିବର୍ତ୍ତନ ହେବ। ଆମଦାନିର ନୂଆ ଅବସର ମିଳିବ। ରାଜ୍ୟ ବାହାରକୁ ଯାଇପାରନ୍ତି। ପଢ଼ାଲେଖାରେ ସାଥୀଙ୍କ ସାହାଯ୍ୟ ମିଳିବ। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

କର୍କଟ: ଭାଗ୍ୟର ସହଯୋଗ ପାଇବେ। ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବିଦ୍ୟୁତ୍‌ ଉପକରଣରୁ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ସିଂହ: ଆପଣ ନିଜର ମନର କଥା ଶୁଣନ୍ତୁ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କୌଣସି ସରକାରୀ ଅଧିକାରୀଙ୍କ ସହଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ସନ୍ତୋଷୀ ମାତା।

କନ୍ୟା: ଆପଣଙ୍କ ମନରେ ଦୟାର ଭାବନା ବଜାୟ ରହିବ। ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ। ଅଫିସରେ ଶାନ୍ତିର ବାତାବରଣ ରହିବ। ପୁରୁଣା ଅନୁଭବକୁ ପ୍ରୟୋଗ କରି କାର୍ୟ୍ୟରେ ସଫଳତା ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ। ବିଶେଷ କାର୍ୟ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ପୁରୁଣା ରୋଗରୁ ଆରାମ ମିଳିବ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ସକାରାତ୍ମକ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଦୁର୍ଗା।

ବିଛା: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ସାମାଜିକ କାର୍ୟ୍ୟରେ ବ୍ୟସ୍ତ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ରାମଚଣ୍ଡୀ।

ଧନୁ: ଲାଭ-କ୍ଷତି ହିସାବରେ ଅଧିକ ସମୟ କଟିବ। କାହାରି ସହିତ ବିବାଦ କରନ୍ତୁ ନାହିଁ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ବ୍ୟାବସାୟିକ ଯୋଜନାରେ ବ୍ୟସ୍ତ ରହିବେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଆଖଣ୍ଡଳମଣି।

ମକର: ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ଫଳାଫଳ ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପରିବାରରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେବ। ମହିଳାମାନେ ମନୋରମ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ୟ୍ୟଦେବ।

କୁମ୍ଭ: ବେପାର ଉଦ୍ୟୋଗରେ ସନ୍ତୋଷଜନକ ଫଳାଫଳ ପାଇବା ଲାଗି ଏକାଗ୍ର ଚିତ୍ତରେ କାମ କରନ୍ତୁ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଆପଣ କୌଣସି ସାମାଜିକ କାର୍ୟ୍ୟକ୍ରମରେ ଭାଗ ନେବେ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ। ଆପଣଙ୍କର କୌଣସି ସ୍ୱପ୍ନ ପୂରା ହେବ। ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବେ। ଆମଦାନିର ନୂଆ ସୁଯୋଗ ଆସିବ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ସୁରେଶ୍ୱରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More