Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 39

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ମହତ୍ତ୍ଵପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଜମି ବା ଘର କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ବୃଷ: ଆପଣଙ୍କର ଆତ୍ମବିଶ୍ୱାସ ବଜାୟ ରହିବ। ସାକ୍ଷାତକାରରେ ସଫଳତା ହାସଲ କରିବେ। ଅଫିସରେ ଉଚ୍ଚଅଧିକାରୀଙ୍କ ଠାରୁ ପ୍ରଶଂସା ଓ ସହଯୋଗ ପାଇବେ। ବୈବାହିକ ଜୀବନରେ ସୁଖ ଓ ଶାନ୍ତି ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ମିଥୁନ: ଚାକିରି ଓ ବ୍ୟବସାୟରୁ ଲାଭ ପାଇବେ। ମନ ପ୍ରସନ୍ନ ରହିବ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ଆଜି ପାରିବାରିକ ଅଶାନ୍ତି ସମାପ୍ତ ହେବ। ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଆଜି ଦିନଟି ସକାରାତ୍ମକତାରେ ଭରା ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ। ନୂଆ ଘର ବା ଜମି କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ସିଂହ: ଜୀବନରେ ମଉଜମସ୍ତି ପାଇଁ ଭଲ ସୁଯୋଗ ମିଳିବ। ପ୍ରିୟବନ୍ଧୁଙ୍କ ସହଯୋଗ ପାଇବେ। ବ୍ୟବସାୟ ପାଇଁ ନୂଆ ରାସ୍ତା ଉନ୍ମୁକ୍ତ ହେବ। ଚାକିରିରେ ଏକ ମନଲାଖି ପରିବର୍ତ୍ତନ ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କଟକଚଣ୍ଡୀ।

କନ୍ୟା: ଆଜିର ଗ୍ରହଚଳନ ହେତୁ ପ୍ରେମ ଓ ସୁରକ୍ଷା ଅନୁଭବ କରିବେ। ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଆଗକୁ ବଢ଼ି ଚାଲିବେ। ବେପାରରେ ଅଚାନକ ଧନଲାଭ ହେବ। ପ୍ରେମିକାଙ୍କୁ ମନର କଥା କହିବେ। ରାଜନୀତିରେ ଲାଭ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ। ବ୍ୟବସାୟରେ ନୂଆ ଉପକ୍ରମ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଅନୁସାରେ ଯଥେଷ୍ଟ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ବିଛା: ସକାରାତ୍ମକତାରେ ଭରି ରହିବେ। ପରିଶ୍ରମର ପୂରା ଫାଇଦା ମିଳିବ। ସାକ୍ଷାତକାର ପାଇଁ ଯାଇ ପାରନ୍ତି। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ପାଇବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବାରୁ ମନ ଖୁସି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

ଧନୁ: ମନରେ ଦ୍ଵନ୍ଦ୍ୱ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ଶତ୍ରୁଙ୍କୁ କ୍ଷମା କରି ଦିଅନ୍ତୁ ଭାଗ୍ୟରେ ଉନ୍ନତି ହେବ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭ। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ତାରିଣୀ।

ମକର: ଦିନଟି ଢେର୍‌ସାରା ସ୍ୱାଗତ ନେଇ ଆସିଛି। କୌଣସି ଅନୁବନ୍ଧ ପାଇଁ ପ୍ରସ୍ତାବ ପାଇବେ। ଆପଣଙ୍କ ବ୍ୟକ୍ତିତ୍ଵ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଚାକିରି ତଲାସରେ ଥିବା ବ୍ୟକ୍ତି ବଢ଼ିଆ ଚାକିରି ପାଇବେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ମଝିଘରିଆଣୀ।

କୁମ୍ଭ: ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ପୂର୍ବରୁ କରିଥିବା ପରିଶ୍ରମର ଲାଭ ପାଇବେ। ଜରୁରୀ କାମରେ ଯାତ୍ରା କରିପାରନ୍ତି। ବିରୋଧୀଙ୍କ ଉପରେ ପ୍ରଭାବ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ମୀନ: ସାହସିକ ଫଇସଲାରେ ଆପଣଙ୍କୁ ସଫଳତା ମିଳିବ। ପଇସା ମାମଲାରେ ଚିନ୍ତା ସମାପ୍ତ ହେବ। ଅଫିସରେ କୌଣସି ଖୁସି ଖବର ମିଳିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବଗଳାମୁଖୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More