Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 41

ମେଷ: ଆଗକୁ ବଢ଼ିବାର ଦିନଟିଏ। ଧନ ବୃଦ୍ଧିର ଶୁଭ ସଂକେତ ପାଇବେ। ବ୍ୟବସାୟରେ ଅଶାନ୍ତି ହ୍ରାସ ହେବ। ଭୂସଂପତ୍ତି କିଣିବା ପାଇଁ ଯୋଜନା କରିବେ। ପିଲାଙ୍କ ସହିତ ବାହାରକୁ ବୁଲି ଯିବା ପାଇଁ ସମୟ ଭଲ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ବୃଷ: କାନୁନ ବିବାଦ ସମାପ୍ତ କରିବାରେ ସଫଳତା ମିଳିବ। ବ୍ୟବସାୟରେ ପରିବର୍ତ୍ତନ ଯୋଗୁ ଆପଣଙ୍କର ଭାଗ୍ୟ ଉଜ୍ଜ୍ଵଳ ହେବ। ଚାକିରି ପାଇଁ କରି ଆସୁଥିବା ପ୍ରୟାସରୁ ଭଲ ଫଳାଫଳ ପାଇବେ। ଛାତ୍ରମାନେ ଦଳବଦ୍ଧ ଭାବେ ବଢ଼ିଆ କାମ କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

ମିଥୁନ: ପ୍ରଭୁଙ୍କ ଧ୍ୟାନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଅଫିସ୍‌ରେ ଆପଣଙ୍କର କୌଣସି କାମର ପ୍ରଶଂସା ହୋଇପାରେ। ବ୍ୟବସାୟରେ ପରିଧି ବଢ଼ିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଶିକ୍ଷକଙ୍କ ପୂରା ସହଯୋଗ ଆପଣଙ୍କୁ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ତାରିଣୀ।

କର୍କଟ: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଅଫିସ୍‌ରେ କୌଣସି ସହକର୍ମୀଙ୍କ ସହିତ ବିତର୍କ ହୋଇପାରେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

ସିଂହ: ଆଜି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ଆମଦାନି ପାଇଁ ନୂଆ ମାଧ୍ୟମ ଦୃଷ୍ଟିଗୋଚର ହେବ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ଅଚାନକ ଖୁସି ଖବର ପାଇବେ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ନିଜର ମହତ୍ତ୍ଵକୁ ଜାଣନ୍ତୁ। ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ। ବ୍ୟବସାୟରେ ଭଲ ଫାଇଦା ହେବ। ସାମାଜିକ କାର୍ୟ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କ୍ୟାରିୟର୍‌ ଗଢ଼ିବା ପାଇଁ ଭଲ ଅବସର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ତୁଳା: ଆପଣଙ୍କର ଅନ୍ତରଆତ୍ମା ପ୍ରଖର ରହିବ। ଆପଣଙ୍କ ସମ୍ମୁଖକୁ ଆସୁଥିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। କାହାରିକୁ ଉଧାର ଦେଇଥିବା ଧନ ପ୍ରାପ୍ତ ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା ଗୁପ୍ତେଶ୍ୱର।

ବିଛା: ଜରୁରୀ କାମ ବ୍ୟବସ୍ଥିତ କରିବାରେ ଦ୍ଵିଗୁଣା ପରିଶ୍ରମ କରିବେ। ଚାକିରିଆଙ୍କର ଦୂରସ୍ଥାନକୁ ବଦଳି ହୋଇପାରେ। ଆରୋଗ୍ୟ ଲାଭ ପାଇଁ ଖର୍ଚ୍ଚ କରିବେ। ମହିଳାମାନେ ନିଜର ଅଳଙ୍କାର ପ୍ରତି ସାବଧାନ ରହନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଆଖଣ୍ଡଳମଣି।

ଧନୁ: ବ୍ୟବସାୟରେ ସଫଳତା ମିଳିବା ଯୋଗ ରହିଛି। କର୍ତ୍ତୃପକ୍ଷ ଆପଣଙ୍କୁ ବଡ଼ କାମ ଅର୍ପଣ କରିବେ। ଷ୍ଟକ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ ଲାଭଦାୟକ ରହିବ। କଳାକାରଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ମକର: ସାରାଦିନ ଖୁସି ମନରେ ରହିବେ। ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ଆହୁରି ମଧୁର ହେବ। ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମହାଦେବ।

କୁମ୍ଭ: ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ପୁରୁଣା ସଂପତ୍ତିରୁ ଲାଭ ହେବାର ସମ୍ଭାବନା ରହିଛି। ଚାକିରିରେ ଉନ୍ନତି ହେବ। ପ୍ରିୟ ବନ୍ଧୁଙ୍କ ସହିତ ଧର୍ମକ୍ଷେତ୍ରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ସକାରାତ୍ମକ ଭାବନାରେ ରହନ୍ତୁ; କଷ୍ଟ ମନେ ହେଉଥିବା କାର୍ୟ୍ୟ ସହଜରେ କରିପାରିବେ। ବରିଷ୍ଠଙ୍କ ପ୍ରତି ଭଲ ବ୍ୟବହାର କାଏମ ରଖନ୍ତୁ। ବାହନ ଚଳାଇବା ସମୟରେ ମୋବାଇଲ୍‌ରେ କଥା ହୁଅନ୍ତୁ ନାହିଁ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଚର୍ଚ୍ଚିକା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More