Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

31

ମେଷ: ପୂଜାପାଠରେ ଅଧିକ ସମୟ ବିତିବ। ଧର୍ମ ଚର୍ଚ୍ଚାରେ ଅ˚ଶ ଗ୍ରହଣ କରିବେ। ଲୋକେ ଆପଣଙ୍କ କଥା ଶୁଣିବା ପାଇଁ ଉତ୍ସୁକ ରହିବେ। ନୂଆ ଚୁକ୍ତି ଓ ଅନୁବନ୍ଧ ପାଇଁ ସମୟ ଶୁଭ। ପରିବାର ଲୋକଙ୍କ ଠାରୁ ଖୁସି ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବୃଷ: ଆଜି ଭାଗ୍ୟର ଭରପୂର ସାଥ ମିଳିବ। ପରିଶ୍ରମ କରନ୍ତୁ; ସଫଳତା ମିଳିବ। କିଛି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଛାତ୍ରଙ୍କୁ କ୍ୟାରିୟରରେ ଆଗକୁ ବଢ଼ିବା ଲାଗି କିଛି ସୁଯୋଗ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।

ମିଥୁନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଆପଣ ପୁରୁଣା କଥାକୁ ନେଇ ସ˚ଶୟରେ ରହିବେ। ଜରୁରୀ କାମ ପୂରା କରିବାରେ ବାଧା ଆସିପାରେ। ଖାସ୍‌ ଲୋକଙ୍କ ସହିତ ମେଳମିଳାପରେ ବେଖାପ ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

କର୍କଟ: ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। କାରବାରରେ ଲାଭ ହେବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ଅଫିସ କାମ ସୁଚାରୁରୂପେ ତୁଲାଇବେ। ଘରୋଇ ସାମଗ୍ରୀ କିଣିପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

ସି˚ହ: ପୂରା ଦିନ ସ୍ଫୂର୍ତ୍ତିଶୀଳ ରହିବେ। ସବୁ କାମ ଆପଣଙ୍କ ମନ ମୁତାବକ ହୋଇପାରେ। ଆର୍ଥିକ ଲାଭ ହେବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ପ୍ରିୟ ବନ୍ଧୁଙ୍କ ସହିତ ଫୋନରେ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଅମ୍ବିକା।

କନ୍ୟା: ଆପଣ ନିଜର କାମ ପ୍ରତି ସକ୍ରିୟ ରହିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥାକୁ ଠିକ୍‌ ଭାବରେ ରଖିପାରିବେ। ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧୢାନ ଦେବେ। ମାତା-ପିତାଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। କୌଣସି ଶୁଭ ସୂଚନା ପାଇବେ। ମିତ୍ରଙ୍କ ସହଯୋଗରେ ଆପଣଙ୍କ କାମ ପୂରା ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରେମ ପ୍ରସଙ୍ଗ ଲାଗି ନୂଆ ସମ୍ଭାବନା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ବିଛା: ସାରାଦିନ ଖୁସି ମନରେ ରହିବେ। ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ। କ୍ୟାରିୟର ଗଢ଼ିବା ଲାଗି ସୁନ୍ଦର ପ୍ରସ୍ତାବ ପାଇବେ। ଶତ୍ରୁଙ୍କୁ ଦମନ କରିବେ। ପୁରୁଣା କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ଧନୁ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଅଫିସରେ ନୂଆ ପରିଯୋଜନାର କାମ କରିପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମକର: ଜୀବନରେ ମଉଜ ମଜଲିସ ଲାଗି ଭଲ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ଘର କାମରେ ମିତ୍ରଙ୍କ ସାହାଯ୍ୟ ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

କୁମ୍ଭ: ଆଜି ଆପଣଙ୍କ ଭାବନାରେ ପରିବର୍ତ୍ତନ ଆସିବ। ଘର ଲୋକଙ୍କ ସହିତ ଅଧିକରୁ ଅଧିକ ସମୟ ବିତେଇବେ। ବ୍ୟବସାୟର ନୂଆ ଦିଗ ମିଳିବ। ରାଜନୀତିରେ କିଛି ଆଶା ପୂରା ହେବାର ନଜରକୁ ଆସିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବଗଳାମୁଖୀ।

ମୀନ: ଦିନଟି ଆପଣଙ୍କ ଲାଗି ଖୁସି ନେଇ ଆସିବ। ବ୍ୟବସାୟ ଓ ଚାକିରିରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ସନ୍ତାନଙ୍କ ଠାରୁ ସୁଖ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More