Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 39

ମେଷ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। କର୍ତ୍ତୃପକ୍ଷ ଆପଣଙ୍କ କାମକୁ ପ୍ରଶଂସା କରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ମିଳିବ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

ବୃଷ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଫିସ୍‌ ଓ ବ୍ୟାବସାୟିକ କାମରେ ଯାତ୍ରାରେ ଯାଇପାରନ୍ତି। ଆଇନକାନୁନ ମାମଲାର ସମାଧାନ ହୋଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

ମିଥୁନ: ଆଜି ଆପଣ ଟିକେ ସତର୍କ ରହିବାର ଆବଶ୍ୟକତା ରହିଛି। ଅଫିସ୍‌ରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ସହିତ ମତଭେଦ ହୋଇପାରେ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହିତ ଚଳାନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ପାଟଣେଶ୍ୱରୀ।

କର୍କଟ: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। ଆୟ ବୃଦ୍ଧିର ସୁଯୋଗ ଆସିବ। ଆପଣଙ୍କ ପ୍ରତିଭାରେ ଅନ୍ୟମାନଙ୍କୁ ପ୍ରେରଣା ମିଳିବ। ରାଜନୀତିରେ ସୀମା ବଢ଼ାଇବେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ସିଂହ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅସହାୟଙ୍କୁ ସହାୟତା କରିବେ। ଅବିବାହିତ ଲୋକଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଛାତ୍ରଙ୍କୁ କୌଣସି ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ୱତୀ।

କନ୍ୟା: ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ଧାର୍ମିକ କାର୍ୟ୍ୟକ୍ରମରେ ଖର୍ଚ୍ଚ କରିପାରନ୍ତି। ଆପଣଙ୍କୁ କିଛି ଶୁଭ ଖବର ମିଳିପାରେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ନିବିଡ଼ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।

ତୁଳା: ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ଅନୁଗତଙ୍କ ଗତିବିଧି ଉପରେ ନଜର ରଖନ୍ତୁ। ଭାଗବାଣ୍ଟକୁ ନେଇ ବିବାଦ ଦେଖାଦେଇପାରେ। ରାଜନୀତିରେ ସଫଳତା ପାଇବେ। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା ଲୋକନାଥ।

ବିଛା: ବ୍ୟବସାୟରେ ନୂଆ ଦିଶା ମିଳିବ। ନୂଆ ସାଥୀଙ୍କ ସହିତ ରହି ପୁରୁଣା ସାଥୀଙ୍କୁ ଅଣଦେଖା କରନ୍ତୁ ନାହିିଁ; ଅସୁବିଧାରେ ପଡ଼ିଯାଇପାରନ୍ତି। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ଧନୁ: ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। କାର୍ୟ୍ୟ କ୍ଷେତ୍ରରେ କାହାରିକୁ ବନ୍ଧୁଭାବେ ଗ୍ରହଣ କରିବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। କଳାକାରଙ୍କୁ ସିନେମାର ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ୟ୍ୟଦେବ।

ମକର: ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଚାକିରି ଅନେ୍ଵଷଣରେ ଥିବା ବ୍ୟକ୍ତିଙ୍କର ମନସ୍କାମନା ପୂରଣ ହେବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ମହାମୃତ୍ୟୁଞ୍ଜୟଶ୍ୱର।

କୁମ୍ଭ: ଆଜି ଆପଣ ହାସ୍ୟକୌତୁକ ମନୋଭାବରେ ରହିବେ। ବନ୍ଧୁମାନଙ୍କ ସହିତ ସମୟ କଟିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିଦେଶରୁ ଭଲ ଖବର ପାଇବେ। ବ୍ୟାଙ୍କ୍‌ରେ ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମୀନ: ଆଗକୁ ବଢ଼ିବାର ଦିନଟିଏ। ସବୁ କାମ ଆପଣଙ୍କ ମନମୁତାବକ ହେବ। ସାମାଜିକ କାର୍ୟ୍ୟରେ ଆପଣଙ୍କର ଭୂମିକା ପାଇଁ ପ୍ରତିଷ୍ଠା ବଢ଼ିବ। ସନ୍ତାନଙ୍କ ଦାୟିତ୍ଵ ପୂରା କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଗୁପ୍ତେଶ୍ୱର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More