Only for Entertainment

ଏବେ ଚୀନରେ ମଧ୍ୟ ଧମାଲ କରିବା ପାଇଁ ପସ୍ତୁତ ଅକ୍ଷୟ କୁମାରଙ୍କ ‘ଟୟଲେଟ’, ଭାରତରେ ହୋଇଥିଲା ସୁପରହିଟ

AajTak
0 35

୨୦୧୭ରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ସୁପରହିଟ ଫିଲ୍ମ ‘ଟୟଲେଟ ଏକ ପ୍ରେମ କଥା’ ଚୀନରେ ରିଲିଜ ହେବା ପାଇଁ ଯାଉଛି । ଅକ୍ଷୟ କୁମାର ଫିଲ୍ମର ଚାଇନିଜ ପୋଷ୍ଟରକୁ ସେୟାର କରି ଏହା ବିଷୟରେ ସୂଚନା ଦେଇଛନ୍ତି ।
ଅକ୍ଷୟ କୁମାର ଫିଲ୍ମର ପୋଷ୍ଟରକୁ ଟୁଇଟରେ ସେୟାର କରି ଫିଲ୍ମ ୮ ଜୁନରେ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଫିଲ୍ମର ଟାଇଟଲକୁ ବଦଳାଇ ‘ଟୟଲେଟ ହିରୋ’ ରଖାଯାଇଛି । ଏହି ଫିଲ୍ମକୁ ଚୀନର ୪୩୦୦ ସ୍କ୍ରିନରେ ରିଲିଜ କରାଯିବ ।


ଏହା ପୂର୍ବରୁ ମଧ୍ୟ ଫିଲ୍ମର ଏକ ପୋଷ୍ଟରକୁ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟିଜ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଥିଲେ । ସେ କହିଥିଲେ ଯେ ଚୀନର ଲୋକାଲ ଅଡିଆନ୍ସଙ୍କୁ ନଜରରେ ରଖି ଫିଲ୍ମର ଟାଇଟଲକୁ ‘ଟୟଲେଟ ହିରୋ’ ରଖାଯାଇଛି ।

କହିରଖୁଛୁ ଯେ ଅକ୍ଷୟ କୁମାର ଏବଂ ଭୂମି ପେଡନେକରଙ୍କ ୧୮ କୋଟି ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହେବାରେ ସଫଳ ହୋଇଥିଲା । ଫିଲ୍ମ ସମୁଦାୟ ୧୩୫ କୋଟିର ବ୍ୟବସାୟ କରିଥିଲା । ଶ୍ରୀ ନାରାୟଣ ସିଂଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଏବେ ଚୀନରେ କ’ଣ କମାଲ କରୁଛି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More