Only for Entertainment

ଅପକମିଂ ସିନେମାର ରୋମାଂଟିକ୍ ଗୀତ ‘ଏ ଦିଲ୍ ତତେ ମୁଁ ଦେଲି’ ମୁକ୍ତିଲାଭ କଲା ।

youtube
0 70

ପୁଣିଥରେ ନିଜ ରୋମାନ୍ସ ଆଉ କମେଡିରେ ଦର୍ଶକଙ୍କୁ ଏଂଟରଟେନ୍ କରିବାକୁ ଯାଉଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଦୁହିଁଙ୍କୁ ପୁଣିଥରେ ନାୟକ – ନାୟିକା ଭାବେ ଦେଖିବାକୁ ମିଳିବ ଆଗାମୀ ରୋମାଂଟିକ୍ – କମେଡି ଚଳଚ୍ଚିତ୍ର ଟୋକାଟା ଫସିଗଲାରେ । ଏହି ଅପକମିଂ ସିନେମାର ରୋମାଂଟିକ୍ ଗୀତ ‘ଏ ଦିଲ୍ ତତେ ମୁଁ ଦେଲି’ ଏବେ ମୁକ୍ତିଲାଭ କରିଛି । ଗୀତର ମେକିଂ ଭିଡିଓ ଏବେ ଭେଟି ଦେଇଛନ୍ତି ମେକର୍ । ବୈଦନାଥ ଦାସଙ୍କ ସଙ୍ଗୀତରେ ଏହି ଗୀତରେ ଶୁଣିବାକୁ ମିଳିଛି ଆର୍.ଏସ୍. କୁମାର୍ ଓ ନିବେଦିତାଙ୍କ ସୁରିଲା ଭଏସ୍ । ଏହି ରୋମାଂଟିକ୍ ଗୀତର ଲିରିକ୍ସ ଦେଇଛନ୍ତି ଅରୁଣ ମନ୍ତ୍ରୀ । ଗୀତରେ ନାୟକ ସବ୍ୟସାଚୀ ଓ ନାୟିକା ଏଲିନାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିବ । ଭିନ୍ନ ଭିନ୍ନ ରୋମାଂଟିକ୍ ଲୋକେସନରେ ଏହି ଗୀତର ପିକଚରାଇଜେସନ୍ କରାଯାଇଛି ।

ସୌଜନ୍ୟ: ସିଦ୍ଧାର୍ଥ ଟିଭି

ଅମିତ ନାୟକ ଓ ସୁଧାକର ବସନ୍ତ ଗୀତର କୋରିଓଗ୍ରାଫି କରିଛନ୍ତି । ଚଳଚ୍ଚିତ୍ର ଟୋକାଟା ଫସିଗଲାରେ ଦ୍ୱିତୀୟ ଥର ପାଇଁ ସବ୍ୟସାଚୀ ଓ ଏଲିନାଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ । ସିଦ୍ଧାର୍ଥ ଟିଭି ଓ ସାର୍ଥକ ମ୍ୟୁଜିକ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରମେଶ ରାଉତ । ଏହି ସିନେମାର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ ଏବେ ରିଲିଜ୍ ଅପେକ୍ଷାରେ ରହିଛି । ଆସନ୍ତା ୧୨ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଟୋକାଟା ଫସିଗଲା’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More