Only for Entertainment

ଆସିଲା ଟୋନି କକ୍କରଙ୍କ ନୂଆ ମ୍ୟୁଜିକ୍ ଭିଡିଓ ‘ବିଜଲି କି ତାର୍’ , ସ୍ଥାନ ପାଇଲା ଉର୍ବଶୀଙ୍କ ହଟ୍ ଅନ୍ଦାଜ !

61

ଟୋନି କକ୍କରଙ୍କ କଣ୍ଠରେ ରିଲିଜ ହେଇଛି ଏକ ମ୍ୟୁଜିକ ଭିଡିଓ । ଯାହାର ଟାଇଟେଲ ରହିଛି ‘ବିଜଲିକି ତାର’ । ଟି ସିରିଜ ର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତଟିକୁ ରିଲିଜ କରାଯାଇଛି । ଏହି ଗୀତରେ ନିଜେ ଟୋନି କକ୍କର ଅଭିନୟ କରିଥିବା ବେଳେ ତାଙ୍କ ସହିତ ନଜର ଆସିଛନ୍ତି ଅଭିନେତ୍ରୀ ଉର୍ବଶି ରୌତେଲା । ଉର୍ବଶୀଙ୍କ ହଟ ଅନ୍ଦାଜ ସହ ଆକର୍ଷଣୀୟ ଡ୍ରାନ୍ସ ମୁଭ୍ସ ଦେଖିବାକୁ ମିଳିଛି ଏଥିରେ । ବାଇକ ରେସ ରୁ ଆରମ୍ଭ ହେଇଛି ଏହି ଗୀତଟି ଯେଉଁଥିରେ ଅଭିନେତ୍ରୀ ଉର୍ବଶୀ ବାଇକ ଚଲାଇବାରେ ନଜର ଆସିଛନ୍ତି । ‘ବିଜଲି କି ତାର’ ଗୀତର ସଂଗୀତ ସହ ଲିରିକ୍ସର ଭାର ତୁଲାଇଛନ୍ତି ନିଜେ ଟୋନି କକ୍କର ।

୩ ମିନିଟ ୫ ସେକେଣ୍ଡ ର ଏହି ଭିଡିଓକୁ ଶ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ରିଲିଜ ହେବା ପରଠାରୁ ଏହି ଗୀତକୁ ଏ ପର୍ଯ୍ୟନ୍ତ ୪ ଲକ୍ଷରୁ ଉଦ୍ଧ୍ୱର୍ ଦର୍ଶକ ଦେଖିସାରିଲେଣି । ଆଉ ଆଗକୁ ଏହି ଗୀତର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More