Only for Entertainment

ଟିକଟକ୍ ଷ୍ଟାରଙ୍କ ସହ ଟୋନି କକ୍କଡ ଆଣିଲେ ନାଗୀନ ଗୀତ, ଦେଖନ୍ତୁ ମଜାଦାର ଭିଡିଓ !

320

ଟୋନି କକ୍କଡ କିଛି ଦିନ ହେବ ନିଜ ଗୀତକୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କର ଲାଟେଷ୍ଟ ଗୀତରେ ମଧ୍ୟ ସେହିଭଳି କିଛି କେବଳ ଗୀତ ନୁହେଁ ବରଂ ଭିଡିଓ ମଧ୍ୟ କିଛି ଭିନ୍ନ ଦେଖିବାକୁ ମିଳିଛି । ଟୋନିଙ୍କ ଏହି ଗୀତର ବୋଲ ରହିଛି ନାଗୀନ ଜୈସି କମର ହିଲା । ଏହି ଗୀତକୁ ଟୋନି କକ୍କଡ ଗାଇବା ସହ ମ୍ୟୁଜିକ ଏବଂ ଲେଖିଛନ୍ତି ମଧ୍ୟ ।

ଗୀତ ରିଲିଜ ହେବାର ୨୪ଘଂଟା ମଧ୍ୟରେ ହିଁ ପାଖାପାଖି ୨୦ଲକ୍ଷ ଥର ଏହି ଭିଡିଓକୁ ଦେଖା ଯାଇ ସାରିଲାଣି । ଖାସ କଥା ହେଉଛି ଏହି ଭିଡିଓରେ ଟିକଟକର ଅନେକ ଚର୍ଚ୍ଚିତ ଷ୍ଟାରଙ୍କୁ ଦେଖିବାକୁ ମିଳିଛି ।

ଏହି କଳାକାର ମାନେ ନିଜ ନିଜ ଅନ୍ଦାଜରେ ଅଂଟା ହଲେଇ ନାଚୁଥିବାର ନଜର ଆସିଛନ୍ତି । ଏଥିରେ କେବଳ ଟିକଟକ୍ ଷ୍ଟାର ନୁହଁନ୍ତି ବରଂ ନେହା କକ୍କଡ ମଧ୍ୟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More