Only for Entertainment

ବଲିଉଡର ୫ ହାଇଏଷ୍ଟ ପେଡ ଅଭିନେତ୍ରୀ, ନିର୍ଦ୍ଦେଶକଙ୍କୁ ମଧ୍ୟ କରିବାକୁ ପଡିଥାଏ ବାର୍ଗେନିଙ୍ଗ

India
0 48

ବଲିଉଡରେ ଅଭିନେତ୍ରୀମାନଙ୍କୁ କ୍ୟାରିୟରକୁ ଛୋଟ କହାଯାଇଥାଏ । କିନ୍ତୁ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡରେ ଲମ୍ବା ପାଳି ଖେଳିପାରିଛନ୍ତି । ବଲିଉଡରେ ଏପରି କିଛି ଅଭିନେତ୍ରୀ ଯେଉଁମାନଙ୍କର ନାମ ଆଜି ମଧ୍ୟ ଟପରେ ଥିବା ବେଳେ ଫିସ ନେବା ମାମଲାରେ ମଧ୍ୟ ସେ ଆଗରେ ଅଛନ୍ତି । ଆସନ୍ତୁ ବଲିଉଡର ଏହି ଟପ ୫ ଅଭିନେତ୍ରୀଙ୍କ ବିଷୟରେ…

ଦୀପିକା ପାଦୁକୋନ

deepika-padukone
ଏହି ତାଲିକାର ଶ୍ରୀର୍ଷରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ‘ଓମ ଶାନ୍ତି ଓମ’ ଜରିଆରେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ବଲିଉଡ ଅଭିନେତ୍ରୀ ମଧ୍ୟରୁ ସବୁଠାରୁ ଅଧକ ଫିସ ନେବା ତାଲିକାରେ ଦୀପିକା ଟପରେ ଅଛନ୍ତି । ସେ ପ୍ରତ୍ୟେକ ଫିଲ୍ମ ପାଇଁ ୧୦ ରୁ ୧୨ କୋଟି ନେଇଥାନ୍ତି ।

କଙ୍ଗନା ରଣାୱତ


ବଲିଉଡ କୁଇନ କଙ୍ଗନା ରଣାୱାତ ନିଜର ବେକାକୁ ଅନ୍ଦାଜ ପାଇଁ ପରିଚିତ ଏହା ସହିତ ନିଜ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । ତେବେ କଙ୍ଗନାଙ୍କ ଫିସ ବିଷୟରେ କହିବାକୁ ଗଲେ ଗୋଟିଏ ଫିଲ୍ମ କଙ୍ଗନା ୧୧ କୋଟି ନେଇଥାନ୍ତି । କଙ୍ଗନା ବର୍ତ୍ତମାନ ନିଜର ଅପକମିଂ ଫିଲ୍ମ ‘ମଣିକର୍ଣ୍ଣିକା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

କରୀନା କପୁର

kareena
କରୀନା କପୁର ଖାନ ନିଜ କ୍ୟାରିୟମ ମଧ୍ୟରେ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । ସେ ଫିଲ୍ମ ‘ରିଫ୍ୟୁଜି’ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ତେବେ କରୀନା ଗୋଟିଏ ଫିଲ୍ମ ପାଇଁ ୯ ରୁ ୧୦ କୋଟି ଚାର୍ଜ କରିଥାନ୍ତି ।

ପ୍ରିୟଙ୍କା ଚୋପ୍ରା

priyanka chopra
ପ୍ରିୟଙ୍ଗା କେବଳ ବଲିଉଡ ନୁହେଁ ହଲିଉଡରେ ମଧ୍ୟ ନିଜର ଜଲୱା ଦେଖାଇବାରେ ସଫଳ ହୋଇଛନ୍ତି । ତାଙ୍କର ଏହି ସଫଳ କ୍ୟାରିୟର କାରଣରୁ ଏବଂ ତାଙ୍କ ଡିମାଣ୍ଡ ବଲିଉଡରେ ଥିବାରୁ ସେ ଗୋଟିଏ ଫିଲ୍ମ ପାଇଁ ୯ କୋଟି ଚାର୍ଜର୍ କରିଥାନ୍ତି ।

ବିଦ୍ୟା ବାଲନ

vidya balan
ଏହି ତାଲିକରେ ଅଭିନେତ୍ରୀ ବିଦ୍ୟା ବଲନଙ୍କ ନାମ ମଧ୍ୟ ସାମିଲ ରହିଛି । ପରିଣିତାରୁ କ୍ୟାରିୟର ଆରମ୍ଭ କରିଥିବା ବିଦ୍ୟା ଗୋଟିଏ ଫିଲ୍ମ ପାଇଁ ୬ ରୁ ୭ କୋଟି ନେଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More