Only for Entertainment

ହଲିଉଡର ଏହି ଫିଲ୍ମ ଦର୍ଶକଙ୍କୁ ଏତେମାତ୍ରା ଡରାଇ ଥିଲା ଯେ କରିବାକୁ ପଡିଲା ବ୍ୟାନ !

IMDb
0 50

ହଲିଉଡ ନିଜର ହାଇପ୍ରୋଫାଇଲ ଫିଲ୍ମ ପାଇଁ ପରିଚିତ । ସେ ରୋମାଂଟିକ ଫିଲ୍ମ କି ଆକ୍ସନ ଫିଲ୍ମ ,କିମ୍ବା ହରର । ଆଜି ଆମେ କହିବାକୁ ଯାଉଛି କିଛି ଏଭଳି ହରର ଫିଲ୍ମ ସମ୍ପର୍କରେ ଯାହା ସମ୍ପୂର୍ଣ୍ଣ ଭାବେ ବ୍ୟାନ କରି ଦିଆଯାଇଛି । ଫିଲ୍ମ ବ୍ୟାନ କରିବା କାରଣ ହେଉଛି ଦୁର୍ବଳ ହୃଦୟ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଫିଲ୍ମ କ୍ଷତିକାରକ ହୋଇପାରେ ।

‘ଦ ହ୍ୟୁମାନ ସେଂଟି ପ୍ୟାଡ’ମାନବୀୟ ଅତ୍ୟାଚାର ଉପରେ ଆଧାରିତ ଏହି ଫିଲ୍ମ ୟୁକେ ଏବଂ ଅଷ୍ଟ୍ରେଲିଆରେ ବ୍ୟାନ କରାଯାଇଛି । ଫିଲ୍ମରେ ଦେଖାଯାଇଥିବା ସିନ ଅତ୍ୟନ୍ତ ଉତେଜକ ଅଟେ ଯାହା କାହାକୁ ବି ବିଚଳିତ କରିପାରେ ।

ସ୍କାରଫେସ ଏକ କ୍ରାଇମ ଉପରେ ଆଧାରିତ ଫିଲ୍ମ ଅଟେ ଯେଉଁ ଅନେକ ବିଚିତ୍ର ସିନ ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା ।
ଆଇ ସ୍ପିଟ ଅନ ଇୟୋର ଗ୍ରେଭ ଶୁଣିବାକୁ ମିଳିଥିଲା ଯେ ଏହି ଫିଲ୍ମ ଦେଖିଲା ପରେ ଲୋକମାନଙ୍କୁ ଅନେକ ଦିନ ଥରି ନିଦ ଆସି ନଥିଲା ।

ଦ ଲାଷ୍ଟ ହାଉସ ଅନ ଦ ଲେଫ୍ଟ ଏହି କ୍ରାଇମ ଆଧାରିତ ଫିଲ୍ମରେ କିଛି ଏଭଳି ହୃଦୟ ଦୋହଲାଇ ଦେବା ସିନ୍ସ କାରଣରୁ ଏହି ଫିଲ୍ମ ବ୍ୟାନ କରି ଦିଆଯାଇଥିଲା ।

ବଟଲ ରୟଲ ଫିଲ୍ମରେ ଅନେକ ଖତରନାକ ମର୍ଡର ସିନ୍ସ ଥିବା କାରଣରୁ ଏହି ଫିଲ୍ମ ବ୍ୟାନ କରିଦିଆଯାଇଥିଲା । ସେହିଭଳି ଅକ୍ଲାକୱାର୍କ ଅରେଞ୍ଜ,ଦ ଗ୍ରିନ ଇନ୍ଫର୍ନୋ ମଧ୍ୟ ଉତ୍ତେଜକ ସିନ୍ ପାଇଁ ବ୍ୟାନ କରି ଦିଆଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More