Only for Entertainment

ଫିଲ୍ମ ଭାରତ ଛାଡ଼ିବା ପରେ ଅଚାନକ ପ୍ରିୟଙ୍କା ହେଲେ ଟପ ଟ୍ରେଣ୍ଡିଂ ଆକ୍ଟ୍ରେସ । ନିର୍ବନ୍ଧ ହେଲା ବଡ଼ କାରଣ ।

amarujala
0 40

ଗତ କିଛି ଦିନ ହେବ ମୁମ୍ବାଇ ଫେରିଥିବା ପ୍ରିୟଙ୍କା ଚୋପ୍ରା ପ୍ରତିଦିନ କିଛି ନା କିଛି ଖବରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ କେଉଁ ବଲିଉଡ ଫିଲ୍ମ କରିବେ ତାହାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆ ଏବଂ ଖବର କାଗଜରେ ଖବର ଛାଇ ଯାଇଛି । ସୋନାଲି ବୋସଙ୍କ ପ୍ରୋଜେକ୍ଟ ଏବଂ ସଲମାନ ଖାନଙ୍କ ଫିଲ୍ମ ଭାରତକୁ ନେଇ ଚର୍ଚ୍ଚା ଏବେ ମଧ୍ୟ ଜୋର ଧରିଛି । ସବୁଠାରୁ ଖାସ କଥା ହେଉଛି ଅଲି୍ ଅବାସ ଜଫରଙ୍କ ଟ୍ୱିଟର ମେସେଜ । ଯେଉଁଥିରେ ସଙ୍କେତ ଦିଆଯାଇଥିଲାଯେ ପ୍ରିୟଙ୍କା ତାଙ୍କ ବଏଫ୍ରେଣ୍ଡ ନିକ ଜୋନସଙ୍କ ସହିତ ନିର୍ବନ୍ଧକୁ ନେଇ ଫିଲ୍ମ ଭାରତ ଛାଡ଼ିଛନ୍ତି । ଏହି ଖବର ପରେ ପରେ ପ୍ରିୟଙ୍କା ଏବେ ଟ୍ରେଣ୍ଡ ହେଉଛନ୍ତି ।

୯୪ ସଂଖ୍ୟା ସହିତ ସ୍କୋର ଟ୍ରେଣ୍ଡସ ଇଣ୍ଡିଆ ଚାର୍ଟସର ଶୀର୍ଷ ସ୍ଥାନରେ ରହିଥିବା ପ୍ରିୟଙ୍କା ଚୋପ୍ରା ଦେଶର ଏବେ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ହୋଇ ଯାଇଛନ୍ତି ।

ସ୍କୋର ଟ୍ରେଣ୍ଡସର ସଂସ୍ଥାପକ ଅଶ୍ୱିନୀ କୌଲ କହିଛନ୍ତିଯେ ନିଜ ଜନ୍ମଦିନ ପାଇଁ ଭାରତ ଫେରିଥିବା ପ୍ରିୟଙ୍କା ନିକଙ୍କ ସହିତ ଛୁଟି ମନାଇବା ପାଇଁ ଗୋଆ ଯାଇଥିଲେ । ଏହାପରେ ସେ ସୋନାଲୀଙ୍କ ଫିଲ୍ମ ଏବଂ ଫିଲ୍ମ ଭାରତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ସମସ୍ତ କଥା ମିଡିଆର ଧ୍ୟାନ ଆକର୍ଷଣ କଲା । ଏହା ସହିତ ପ୍ରିୟଙ୍କା ମିଡିଆରେ ଛାଇ ରହିଲେ । ଏବେ ଫିଲ୍ମ ଭାରତ ଛାଡ଼ିବା ପରେ ସେ ପୁଣି ଖୁବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ଥିବା ଉଡ଼ା ଖବର ତାଙ୍କୁ ଅଧିକ ଟ୍ରେଣ୍ଡ କରିଛି । ତେଣୁ ହଠାତ ପ୍ରିୟଙ୍କା ଟପ ଟ୍ରେଣ୍ଡିଂ ସେଲିବ୍ରେଟୀ ହୋଇ ଯାଇଛନ୍ତି । ଅଶ୍ୱନୀ କୌଲ କହିଛନ୍ତିଯେ ସେ ଏହି ଡାଟା ୧୪ ଭାରତୀୟ ଭାଷାରେ ଉପଲବ୍ଧ ୬୦୦ ନ୍ୟୁଜ ସ୍ରୋତରୁ ଏକାଠି କରିଥିଲେ । ଗୋଟିଏ ସପ୍ତାହର ଡାଟା ଆକଳନ ପରେ ଏହି ଖବର ସାମ୍ନାକୁ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More