ଅଜୟ ଦେବଗନଙ୍କ ଫିଲ୍ମ ‘ଟୋଟାଲ ଧମାଲ’ର ଦ୍ୱିତୀୟ ଗୀତ ‘ମୁଙ୍ଗଡା’ ରିଲିଜ ହୋଇସାରିଛି । ଏହି ଗୀତରେ ସୋନାକ୍ଷୀ ସିହ୍ନାଙ୍କ ଜବରଦସ୍ତ ଲଟକା ଝଟକା ଦେଖିବାକୁ ମିଳିଛି । ଗୀତରେ ସୋନାକ୍ଷୀଙ୍କ ବ୍ୟତିତ ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ମିଳିଛି । କହିରଖୁଛୁ ଯେ, ଗୀତ ‘ମୁଙ୍ଗଡା’ ହେଲେନଙ୍କ ଫିଲ୍ମରୁ ନିଆଯାଇଛି । ସେ ସମୟରେ ହେଲେନଙ୍କ ଗୀତ ମୁଙ୍ଗଡା ଜବରଦସ୍ତ ହିଟ ହୋଇଥିଲା । ଏବେ ଏହାର ରିକ୍ରିଏଟ ଭର୍ସନ ମଧ୍ୟ ଖୁବ ଜବରଦସ୍ତ ହୋଇଛି ।
‘ମୁଙ୍ଗଡା’ର ଏହି ରିକ୍ରିଏଟ ଭର୍ସନରେ ଭଏସ ଦେଇଛନ୍ତି ଜ୍ୟୋତିକା ଟାଙ୍ଗରୀ, ସାନ ଏବଂ ସୁଭ୍ରୋ ଗାଙ୍ଗୁଲୀ । କୁନୱାର ଯୁନେଲା ଏହାୀର ଲିରିକ୍ସ ଲେଖିଥିବା ବେଳେ କୋରିଓଗ୍ରାଫି କରିଛନ୍ତି ଆଦିଲ ଶୈଖ । ରିଲିଜ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଗୀତକୁ ୭୨ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି ।
ଏହା ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ପୈସା ପୈସା ରିଲିଜ ହୋଇଥିଲା । ଏହି ଗୀତରେ ଫିଲ୍ମର ସମସ୍ତ ଷ୍ଟାର କାଷ୍ଟ ନଜର ଆସିଥିଲେ । ଫିଲ୍ମ ୨୨ ଫେବୃଆରୀରେ ରିଲିଜ ହେବ ।