Only for Entertainment

ରିଲିଜ୍ ହେଲା ହ୍ୟୁମାନ୍ ସାଗରଙ୍କ ଆଉ ଏକ ଇମୋସନାଲ୍ ଗୀତ ‘ତତେ ଦୁରରୁ ସଲାମ୍’ ।

youtube
0 53

ଜି ମ୍ୟୁଜିକ୍ ଦ୍ୱାରା ଏହି ଇମୋସନାଲ୍ ଭିଡିଓ ଗୀତକୁ ରିଲିଜ୍ କରାଯାଇଛି । ଗୀତରେ ରହିଛି ଏକ ଇମୋସ୍ନାଲ୍ କାହାଣୀ । ପ୍ରେମ – ପ୍ରତାରଣାକୁ ଦେଖିବାକୁ ମିଳିଛି ଏହି ମ୍ୟୁଜିକ୍ ଭିଡିଓରେ । ସୁସୀଲ୍ ଦଳାଇଙ୍କ ସଙ୍ଗୀତରେ ଏହି ମନଛୁଆଁ ଗୀତରେ ପୁଣିଥରେ ନିଜ ଭଏସର ଯାଦୁ ଦେଖାଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର୍ । ଏହି ଗୀତର ଲିରିକ୍ସ ଦେଇଛନ୍ତି ମୃତ୍ୟୁଞ୍ଜୟ ମିଶ୍ର ।

ଗୀତ ଦୃଶ୍ୟାୟନରେ ନଜର ଆସିଛନ୍ତି ଗୋଲ୍ଡି, ଅନୁପ, ପୂର୍ବି, ଲିଜା, ରଶ୍ମିତା ଏବଂ ସ୍ମୃତି ରଂଜନ । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମହାନ୍ତ । ୟୁଟୁବରେ ରିଲିଜ୍ ହେବା ପରେ ଏହି ଗୀତର ବେଶ ଲୋକପ୍ରିୟତା ବଢୁଥିବା ଦେଖିବାକୁ ମିଳିଛି । ରିଲିଜ୍ ହେବାର ୨୪ ଘଂଟା ମଧ୍ୟରେ ୫୦ହଜାର୍ରୁ ଉଦ୍ଧ୍ୱର୍ ଦର୍ଶକ ଏହି ଗୀତକୁ ଦେଖି ସାରିଲେଣି । ଇମୋସ୍ନାଲ୍ ଷ୍ଟୋରୀକୁ ହ୍ୟୁମାନ୍ ସାଗରଙ୍କ ଗାୟିକି ସ୍ରୋତାଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More