Only for Entertainment

ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କଲା କ୍ୟାଟ୍ରିନାଙ୍କ ରାଜକୀୟ ପାରମ୍ପରିକ ଲୁକ ।

the indian express
0 43

କ୍ୟାଟ୍ରିନା ଏବେ ଫିଲ୍ମସିଟି ମୁମ୍ବାଇରେ ଫିଲ୍ମ ସୁଟିଂକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ସାମ୍ନାକୁ ଆସିଥିବା ଏକ ଫଟୋରେ ସେ ଖୁବ ଅଳଙ୍କାର ପରିଧାନ କରିଛନ୍ତି । ଯେପରିକି ମଥାରେ ଟୀକା ପରିଧାନ କରିବା ସହିତ ନୋଥ ଏବଂ ଝୁମକା ମଧ୍ୟ ପିନ୍ଧିଛନ୍ତି । ପାରମ୍ପରିକ ଅନ୍ଦାଜର ଏହି ଫଟୋକୁ ସେ ନିଜେ ସେୟାର କରିଛନ୍ତି ।

ବାସ୍ତବରେ ଫିଲ୍ମ ଜିରୋରେ କ୍ୟାଟ୍ରିନା ଏକ ଚ୍ୟାଲେଜିଂଙ୍ଗ ଚରିତ୍ରରେ ଅଭିନୟ କରୁଛନ୍ତି । ଯେଉଁଥିପାଇଁ ତାଙ୍କୁ ଖୁବ ପରିଶ୍ରମ କରିବାକୁ ପଡ଼ୁଛି । ଫିଲ୍ମରେ କ୍ୟାଟ୍ରିନାଙ୍କ ସହିତ ଶାହାରୁଖ ଏବଂ ଅନୁଷ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ସୁଟିଂ ସେଟରେ ଶାହାରୁଖ ଦୁଇଟି ଫଟୋ ଉଠାଇଥିଲେ ଯେଉଁଥିରେ ସେ ଖୁବ ସାଧାରଣ ଦେଖା ଯାଉଥିଲେ ଏବଂ ଅନ୍ୟଟି ଥିଲା କ୍ୟାଟ୍ରିନାଙ୍କ ପାରମ୍ପରିକ ଲୁକ । ଯାହାକୁ କ୍ୟାଟ୍ରିନା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି ।

ତେବେ ଶେଷ ଥର ପାଇଁ ଶାହାରୁଖ,କ୍ୟାଟ୍ରିନା ଏବଂ ଅନୁଷ୍କା ଫିଲ୍ମ ‘ଜବ ତକ ହୈ ଜାନ’ରେ ଏକା ସାଙ୍ଗରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More