Only for Entertainment

ପୋଲିସ କର୍ମଚାରୀଙ୍କୁ ଦୌଡ଼ି ଦୌଡ଼ି ପିଟିଲେ ଦମ୍ପତ୍ତି ।

punjab kesari
0 49

ରୋହତକ ଠାରେ ଟ୍ରାଫିକ ପୋଲିସର ଜଣେ ଜୱାନଙ୍କୁ ଭୁଲ ଦିଗରେ ଆସୁଥିବା ଏକ କାରକୁ ରୋକିବା ମହଙ୍ଗା ପଡ଼ିଯାଇଛି । କାର ଚାଳକ ଜଣକ ତାଙ୍କ ପତ୍ନୀଙ୍କୁ ଫୋନ କରି ଡାକିଲେ ଏବଂ ଦୁଇଜଣ ମିଶି କର୍ମଚାରୀଙ୍କୁ ଖୁବ ମାଡ଼ ମାରିଲେ । ଏହାପରେ କର୍ମଚାରୀ ଜଣକ ଦୌଡ଼ି ଯାଇ ନିଜ ଜୀବନ ବଂଚାଇଥିଲେ । ଏହି ମାମଲାରେ ପୋଲିସ ଦୋଷୀ ମହିଳାକୁ ଗିରଫ କରିଛି ଏବଂ ତାଙ୍କ ସ୍ୱାମୀ ଏବେ ମଧ୍ୟ ଫେରାର ଅଛନ୍ତି ।

ଖବର ମୁତାବକ ରୋହତକର ଏକ ସ୍ଥାନରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ସେଠାରେ ରହୁଛନ୍ତି । ଘଟଣା ଦିନ ସୁନିଲ ପରମାର ଡ୍ୟୁଟିରେ ଥିଲେ । ଏହି ସମୟରେ ଭୁଲ ରାସ୍ତାରେ ଆସୁଥିବା ଚାଳକଙ୍କୁ ଦିଗ ପରିବର୍ତ୍ତନ କରିବା ପାଇଁ ଜୱାନ ଜଣକ କହିଥିଲେ । ଏହାପରେ ଆରମ୍ଭ ହୋଇଥିଲା ମହାଭାରତ । ଚାଳକ ଜରକ ତାଙ୍କ ପତ୍ନୀକୁ ଡାକି ଆରମ୍ଭ କରିଥିଲେ ମାରପିଟ । ମହିଳା ଜଣକ ପ୍ରଥମେ ମାଡ଼ ମାରିଥିଲେ । ଏହାପରେ ପୋଲିସ ମହିଳାଙ୍କୁ ଗିରଫ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More