Only for Entertainment

ରିଲିଜ ହେଲା ‘ଭାବେଶ ଯୋଶୀ ସୁପରହିରୋ’ର ପ୍ରଥମ ଟ୍ରେଲର, ଦେଖନ୍ତୁ

you tube
0 40

ଆଗାମୀ ବଲିଉଡ ଫିଲ୍ମ ‘ଭାବେଶ ଯୋଶୀ ସୁପରହିରୋ’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁରଙ୍କ ଏହା ଦ୍ୱିତୀୟ ଫିଲ୍ମ । ସିନେମାରେ ନାୟକ ଭାବେ ନଜର ଆସିବେ ହର୍ଷବର୍ଦ୍ଧନ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମାଦିତ୍ୟ ମୋଟୱାନୀ ଆଉ ପ୍ରଯୋଜନା କରୁଛନ୍ତି ଅନୁରାଗ କଶ୍ୟୈପ । ଫିଲ୍ମରେ ଅନ୍ୟାୟ ବିରୁଦ୍ଧରେ ଲଢେଇ କରୁଥିବା ଯୁବକ ଭାବେଶ ଯୋଶୀ ଭୂମିକାରେ ହର୍ଷବର୍ଦ୍ଧନ କପୁରଙ୍କୁ ଦେଖିବାକୁ ମିଳିବ । ଏହା ପୂର୍ବରୁ ଫିଲ୍ମର ପୋଷ୍ଟ ରିଲିଜ କରାଯାଇଥିଲା ।

ଉଲ୍ଲେ୍ଖଯୋଗ୍ୟ ଯେ, ହର୍ଷବର୍ଦ୍ଧନ ଫିଲ୍ମ ‘ମର୍ଜିୟାଁ’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । କିନ୍ତୁ ଏହା ବକ୍ସ ଅଫିସରେ ସଫଳ ହୋଇପାରିନଥିଲା । ହର୍ଷବର୍ଦ୍ଧନଙ୍କୁ ‘ଭାବେଶ ଯୋଶୀ ସୁପରହିରୋ’ ଫିଲ୍ମର ଅଧିକ ଆଶା ରହିଛି । ତେବେ ଦେଖାଯାଉ ଫିଲ୍ମ ଦର୍ଶକଙ୍କୁ କେତେ ମାତ୍ରାରେ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More