Only for Entertainment

ରିଲିଜ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ’ର ଟ୍ରେଲର, ପୁଣି ଧମାକା କରିବେ ଦେଶୀ ଗର୍ଲ

aajtak
30

ପ୍ରିୟଙ୍କା ଚୋପ୍ରାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ ଦ ସ୍କାଇ ଇଜ୍ ପିଙ୍କ’ର ଟ୍ରେଲର ଆଜି ଅର୍ଥାତ ୧୦ ସେପେô୍ମ୍ବରକୁ ରିଲିଜ ହୋଇ ସାରିଛି । ଦୀର୍ଘ ଦିନ ପରେ ପ୍ରିୟଙ୍କା ଚୋପ୍ରା ବଲିଉଡ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ତେବେ ଫିଲ୍ମ ଭାରତରେ ଯଦି ପ୍ରିୟଙ୍କାଙ୍କୁ ଦେଖିବାର ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ, କିନ୍ତୁ ଏହିଥର ଆଉ ଦର୍ଶକ ନିରାଶ ହେବେ ନାହିଁ । ଫିଲ୍ମରେ ପ୍ରିୟଙ୍କାଙ୍କ ସହିତ ଫରହାନ ଅଖତର ଏବଂ ଜାୟରା ବସୀମ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

 

ଫିଲ୍ମର ଟ୍ରେଲରକୁ ପ୍ରିୟଙ୍କା ଚୋପ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି । ଫିଲ୍ମ ସିନେମାଘରେ ୧୧ ଅକ୍ଟୋବରକୁ ରିଲିଜ ହେବ । ଫିଲ୍ମର କାହାଣୀ ପ୍ରାୟ ଇମୋଶନାଲ । ଏଥିରେ ଏକ କପଲ ନିଜ ପିଲାର ଅସୁସ୍ଥ ଶରୀରକୁ ନେଇ କେତେ ମସସ୍ୟାରେ ଥିବେ ତାହା ଦେଖିବାକୁ ମିଳିବ ।ଏହି ଫିଲ୍ମ ମୋଟିଭେସନାଲ ସ୍ପିକର ଆୟଶା ଚୌଧରୀଙ୍କ ଜୀବନୀ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More