Only for Entertainment

ନଖକୁ ସୁନ୍ଦର କରିବାର ସରଳ ଉପାୟ ! କିଛି ଘରୋଇ ଉପଚାର

khubsurti.com
0 34

ଶରୀରକୁ ସୁନ୍ଦର କରିବା ପାଇଁ କେବଳ ଯେ ମୁହଁର ସୈାନ୍ଦର୍ଯ୍ୟ ଜରୁରୀ ତା ନୁହଁ ଆମକୁ ଶରୀରର ସବୁ ଅଙ୍ଗ ଉପରେ ଧ୍ୟାନ ଦେବା ଉଚିତ । ସୁନ୍ଦର ନଖ ପ୍ରତି ମହିଳା ମାନଙ୍କର ଅହେତୁକ ଦୁର୍ବଳତା ରହିଥାଏ । ସେମାନେ ନଖକୁ ସୁନ୍ଦର କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ହାତର ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ନଖର ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେବା ଦରକାର । ନଖକୁ ସୁନ୍ଦର କରିବା ପାଇଁ କିଛି ସରଳ ଉପାୟ –

  •  ସାବୁନ ଫେଣରେ ଲେମ୍ବୁ ରସ ମିଶାଇ ନଖକୁ ୪ ରୁ ୭ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଏହାପରେ ଥଣ୍ଡା ପାଣିରେ ନଖକୁ ଧୋଇ ତା ପରେ କୋଲ୍ଡ କ୍ରୀମ ଲଗାନ୍ତୁ । ଏପରି କଲେ ନଖର ମଇଳା ସଫା ହୋଇଯିବା ସହ ନଖର ସୈାନ୍ଦର୍ଯ୍ୟ ବୃଦ୍ଧିପାଏ ।
  •  ବେକିଙ୍ଗ ପାଉଡରକୁ ଗରମ ପାଣିରେ ମିଶାଇ ତା ଭିିତରେ ନଖକୁ ବୁଡାଇ ରଖନ୍ତୁ । ଏମିତି କଲେ ଆପଣଙ୍କ ନଖ ସୁନ୍ଦର ହେବା ସହ ନଖରେ ଚମକ ଆସିଯିବ । ଏଇ ଉପାୟରେ କେବଳ ସପ୍ତାହରେ ଥରେ କରିବା  ଦରକାର ।
  •  ଖାଦ୍ୟରେ କ୍ୟାଲସିୟମର ମାତ୍ରା ଅଧିକ ଥିଲେ ଆପଣ ସୁନ୍ଦର ନଖ ପାଇ ପାରିବେ ।
  • ନଖକୁ ଅଧିକ ସୁନ୍ଦର କରିବା ପାଇଁ ନଡିଆ ତେଲ ମସାଜ କରିବା ଜରୁରୀ ।
  •  ନେଲ୍ କଟର ଓ ଫାଇଲର ସାହାଯ୍ୟରେ ନଖ କାଟିବା ଦରକାର । ଏପରି କଲେ ନଖ ଭାଙ୍ଗିବାର ଭୟ ନଥାଏ । ବ୍ଲେଡରେ ନଖ କାଟିଲେ ନଖ ଖରାପ ହେବା ସହ ସଂକ୍ରମଣର ଭୟ ମଧ୍ୟ ଅଧିକ ଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More