Only for Entertainment

ଜୀବନକୁ ବାଜି ଲଗାଇ ଗାଈକୁ ବଂଚାଇଲେ ଟ୍ରକ ଡ୍ରାଇଭର ।

punjabkesari
41

ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଯାହାକୁ ଦେଖି ଲୋକ ଟ୍ରକ ଡ୍ରାଇଭରର ସାହସକୁ ଖୁବ ପ୍ରଶଂସା କରୁଛନ୍ତି । ବାସ୍ତବରେ ଡ୍ରାଇଭର ଜଣକ ନିଜ ଜୀବନକୁ ବାଜି ଲଗାଇ ଗାଈଟିକୁ ବଂଚାଇଛନ୍ତି । ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି ।

କୁହାଯାଉଛି ଏହି ଭିଡ଼ିଓ ଗୁଜୁରାଟର ଜୁନାଗଡ଼ର । ଭିଡ଼ିଓରେ ଦେଖିବାକୁ ମିଳିଛିଯେ ଏକ ଗାଈ ହଠାତ ମଝି ରାସ୍ତାକୁ ଚାଲିଆସୁଛି । ତାକୁ ଦେଖି ଡ୍ରାଇଭର ତଚ୍ଛକ୍ଷଣାତ ବ୍ରେକ ମାରିଦେଲେ । ବ୍ରେକ ଏତେ ଖତରନାକ ଥିଲାଯେ ପୂରା ଟ୍ରକ ବୁଲିଗଲା । ଯଦି ହଠାତ ଡ୍ରାଇଭର ବ୍ରେକ ମାରିନଥାନ୍ତେ ତେବେ ଦୁର୍ଘଟଣା ଘଟିଯାଇଥାନ୍ତା ।

ଏହି ଭିଡ଼ିଓ କୌଣସି ଆକ୍ସନ ଫିଲ୍ମର ଦୃଶ୍ୟ ଠାରୁ କମ ନୁହେଁ । ଏଥିପାଇଁ ଲୋକ ଡ୍ରାଇଭରଙ୍କ ସାହସକୁ ପ୍ରଶଂସା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More