Only for Entertainment

ଧୋକା ଦେଲା ମୌସୁମୀ, ରାଜସ୍ଥାନ ବନ୍ୟାରେ ଟ୍ରକ ସହିତ ଭାସିଗଲେ ଏକାଧିକ ବିଦ୍ୟାର୍ଥିୀ, ଦେଖନ୍ତୁ ହୃଦୟ ବିଦାରକ ଭିଡ଼ିଓ

punjabkesari
82

ମୌସୁମୀ ପୁଣିଥରେ ଫେରି ରାଜସ୍ଥାନରେ ପହଂଚିଛି । ଗତ କିଛି ଦିନ ହେବ ସେଠାରେ ରହି ରହି ହେଉଥିବା ବର୍ଷା ଏବେ ମଧ୍ୟ ଜାରି ରହିଛି, ଯେଉଁ କାରଣରୁ ନଦୀର ଜଳସ୍ତର ମଧ୍ୟ ବଢିଯାଇଛି । ଏହି ମଧ୍ୟରେ ରାଜସ୍ଥାନର ଡୁଙ୍ଗରବୁରରୁ ଏକ ହୃଦୟ ବିଦାରକ ଭିଡ଼ିଓ ସାମ୍ନାକୁ ଆସିିଛି, ଯେଉଁଥିରେ ସ୍କୁଲ ପିଲାଙ୍କ ସହିତ ଏକ ଟ୍ରକ ଭାସି ଯାଉଥିବା ଦେଖିବାକୁ ମିଳିଛି ।

 

ବର୍ଷା ପାଣିରେ ବୁଡ଼ିଯାଇ ରାସ୍ତାଘାଟ ଜଣାପଡ଼ୁନାହିଁ । ଏହି ମଧ୍ୟରେ ରାସ୍ତା ପାର ହେବା ଆବଶ୍ୟକ ପଡ଼ିଯାଇଛି ଛାତ୍ରଛାତ୍ରୀଙ୍କୁ । ଯେଉଁଠାରେ କୁଟାଖିଅକୁ ଭରଷା କରି ରାସ୍ତା ପାରହେବାର ପ୍ରୟାସ ଜାରି ରହିଛି । ସହାୟତା ସାଜିଛି ଏକ ଟ୍ରକ, ଆଉ ପୋଲ ପାର ହେବା ସମୟରେ ଘଟିଛି ଦୁର୍ଘଟଣା । ନା ଏହାକୁ ଅଟକାଇ ହେଉଛି ନା ନିଜକୁ ରକ୍ଷା କରିବା ପାଇଁ ଅନ୍ୟ କୌଣସି ରାସ୍ତା ଅଛି । ଦାଉ ସାଜିଛି ବନ୍ୟା ପାଣି । ଅଗାଧ ଜଳରାଶି ଭସାଇ ଦେଇଛି ସ୍କୁଲ ଟ୍ରକ, ଯାହା ସହିତ ଭାସି ଯାଇଛନ୍ତି ଏକାଧିକ ବିଦ୍ୟାର୍ଥିୀ ଓ ସାଧାରଣ ବ୍ୟକ୍ତି ।

 

କହିରଖୁଛୁ ଟ୍ରକରେ କେବଳ ବିଦ୍ୟାଥିୀ ନୁହଁନ୍ତି ବରଂ ଅନ୍ୟ ଲୋକ ମାନେ ମଧ୍ୟ ସାମିଲ ଥିଲେ । ତେବେ ଟ୍ରକରେ ସମୁଦାୟ ୧୨ ଜଣ ବିଦ୍ୟାର୍ଥୀ ଏବଂ ୧୫ ଜଣ ଲୋକ ସାମିଲ ଥିଲେ । କିଛି ପିଲା ଗଛର ଡାଳକୁ ଧରି ଜୀବନ ବଂଚାଇଲେ ତ କିଛି ପିଲାଙ୍କୁ ଉପସ୍ଥିତ ଲୋକ ରକ୍ଷା କଲେ । ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଛାତ୍ର ଓ ଲୋକ ମାନଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More