Only for Entertainment

ପାର୍ଟନର ସହିତ ଝଗଡ଼ା ହେଉଥିଲେ ଆପଣାନ୍ତୁ ଏହି ସବୁ ଟିପ୍ସ,ବଢିବ ମଧୁରତା

eyeni.info
0 47

ପ୍ରେମ କରୁଥିବା ଲୋକଙ୍କ ମଧ୍ୟରେ ଭଲପାଇବା ସହିତ ଝଗଡ଼ା ମଧ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ କେବେ କେବେ ଝଗଡ଼ା ଏତେ ବଢିଯାଏଯେ ତାହା ସଂପର୍କ କାଟିବା ପାଇଁ ବାଧ୍ୟ କରିଥାଏ । କିନ୍ତୁ ସେହି ସବସ୍ୟାରୁ ମୁକ୍ତି ପାଇବା ପାଇଁ ରହିଛି କିଛି ସାଧାରଣ କଥା । ଯାହାକୁ ଜାଣିବା ଦ୍ୱାରା ଏଭଳି ସମସ୍ୟା ଦୂର ହୋଇଥାଏ ।

  • ସମ୍ପର୍କରେ ସମର୍ପଣ ଭାବ ଆଣିବା ଉଚିତ । ଅର୍ଥାତ ଅହଂକାରକୁ ତ୍ୟାଗ କରି ଜୀବନ ବିତାଇବା ଉଚିତ । ଏହା ଭଲପାଇବାକୁ ପ୍ରମାଣିତ କରିଥାଏ । ଏଭଳି କରିବା ଦ୍ୱାରା ଜଣଙ୍କର ଅନ୍ୟ ଜଣ ପ୍ରତି ଥିବା ଭଲ ପାଇବା ସ୍ପଷ୍ଟ ଦେଖାଯାଏ ।
  • ଛୋଟ ଛୋଟ କଥାରେ ପାର୍ଟନର ସହିତ ଝଗଡ଼ା ନକରି ସେହି ଛୋଟ କଥାକୁ ଭୁଲିଟିବା ଉଚିତ ଏବଂ ମଧୁର କଥା କହି ସମୟ ବିତାଇବା ଉଚିତ ।
  • ସଂପର୍କକୁ ଠିକ ରଖିବା ପାଇଁ ଅନ୍ୟ ଲୋକଙ୍କ ସାମ୍ନାରେ ଝଗଡ଼ା କରିବା ଅନୁଚିତ । ଏହା ଦ୍ୱାରା ପ୍ରେମରେ ଘୃଣାଭାବ ସୃଷ୍ଟି ହୋଇଥାଏ । ଯାହା ଦ୍ୱାରା ସଂପର୍କରେ ଖରାପ ପ୍ରଭାବ ପଡ଼ିଥାଏ ।
  • ଜୀବନରେ କେବେ ଭଲ ଦିନ ଆସେ ତ କେବେ ଖରାପ ଦିନ । ଯଦି ଅନ୍ୟର ଭୁଲକୁ କ୍ଷମା କରିବା ଶିଖିଯାନ୍ତି ତେବେ ଏହା ସଂପର୍କରେ ମଧୁରତା ଆଣିଥାଏ । କାରଣ ଭୁଲ ତ ସମସ୍ତେ କରନ୍ତି,କିନ୍ତୁ କ୍ଷମା କରିବା ଖୁବ କମ ଲୋକ ଶିଖିଥାନ୍ତି । ଯାହା ସଂପର୍କକୁ ସୁଦୃଢ କରିଥାଏ । ତେଣୁ ଭୁଲକୁ ଭୁଲିଯିବା ଉଚିତ ।
  • କିଛି ଲୋକ ନିଜ ମନ କଥା ଅନ୍ୟ ସାମ୍ନାରେ କହିପାରନ୍ତି ନାହିଁ । କିନ୍ତୁ ସମସ୍ତେ ଚାହାଁନ୍ତିଯେ ସେ କିଛି କହିବା ପୂର୍ବରୁ ତାଙ୍କ ପାର୍ଟନର ସବୁ କଥା ବୁଝିବା ଉଚିତ । ତେବେ ଏଭଳି ଚାହୁଁଥିଲେ ପ୍ରଥମେ ଆପଣଙ୍କୁ ସଜାଗ ହେବାକୁ ପଡ଼ିବ । ପ୍ରଥମେ ନିଜ ମନ କଥା ପାର୍ଟନର ସହିତ ବାଂଟିବା ଉଚିତ । ତେବେ ସମସ୍ୟା ହେବ ନାହିଁ ଏବଂ ଏହି ପ୍ରଭାବ ଧୀରେ ଧୀରେ ଆପଣଙ୍କ ପାର୍ଟନର ଉପରେ ମଧ୍ୟ ପଡ଼ିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More