Only for Entertainment

ଆରୋପ ଲଗାଇଥିବା ମହିଳାଙ୍କ ବଦଳିଲା ରାୟ, ଟଙ୍କା ପାଇଁ ଏଭଳି କରିଥିବା ନିଜ ମୁହଁରେ କହିଲେ !

30

ଟି-ସିରିଜ ଚେୟାରମ୍ୟାନ ଭୂଷଣ କୁମାରଙ୍କ ଉପରେ ଜଣେ ମହିଳା ଯୌନ ଶୋଷଣର ଆରୋପ ଲଗାଇଛନ୍ତି । ମହିଳା ଜଣକ ସୋସିଆଲ ମିଡିଆରେ ନିଜ ସହ ହୋଇଥିବା କଥା ଶେୟାର କରି କହିଥିଲେ ଯେ ଭୂଷଣ କୁମାର ତାଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ଏବଂ ଏପରି ନକଲେ ଫିଲ୍ମରୁ କାଢି ଦେବେ ବୋଲି କହିଥିଲେ । ରିପୋର୍ଟ ମୁତାବକ ୧୬ଜାନୁୟାରୀରେ ମହିଳା ଜଣକ ଭୂଷଣ କୁମାରଙ୍କ ବିରୁଦ୍ଧରେ ଓଶିବାରା ପୁଲିସ ଥାନାରେ ମାମଲା ରୁଜୁ କରିଥିଲେ ।

କିନ୍ତୁ ଏବେ ଏହି ମାମଲା ଏକ ନୂଆ ମୋଡ ନେଇଛି । ମାମଲା ରୁଜୁ କରିବା ପରେ ଏବେ ମହିଳା ଜଣକ ଏହି କେସକୁ ଫେରାଇ ନେଇଛନ୍ତି । ଏହା ସହ ସେ ମାନିଛନ୍ତି ଯେ ସେ ଯେଉଁ ଆରୋପ ଲଗାଇଥିଲେ ତାହା ମିଛ ଅଟେ । ସେହି ମହିଳା ଜଣକ କହିଛନ୍ତି ଯେ ନାଟକୀୟ ରୂପେ ମହିଳା ଜଣକ କହିଥିଲେ ସେ ଏସବୁ କୃଷ୍ଣ କୁମାର ଏବଂ ଭୂଷଣ କୁମାରୁଙ୍କ ଠାରୁ ଟଙ୍କା ନେବା ପାଇଁ ମିଛ କେସ ଫାଇଲ୍ କରିଥିଲେ । ସୋସିଆଲ ମିଡିଆରେ ଏହି ଅଭିଯୋଗ ପତ୍ର ଉଠାଇ ନେଇଥିବା ଲେଟର ଭାଇରାଲ ହେବାରେ ଲାଗିଛି ।

ଏଥିରେ ଲେଖା ଅଛି ଯେ ତାଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗ ମିଛ ଅଟେ । ସେ ଏଭଳି ମାନସିକ ଚିନ୍ତାରେ କରିଥିଲେ ଏବଂ ଭବିଷ୍ୟତରେ ଏଭଳି ଆଉ କେବେ କରିବେ ନାହିଁ ବୋଲି ମଧ୍ୟ ଏହି ଚିଠିରେ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More