Only for Entertainment

ଟି-ସିରିଜରେ ରିଲିଜ ହେଲା ରୋମାଂଟିକ ସଙ୍ଗ ‘ସୋ ଇଷ୍କ’ , ଗୀତରେ ନଜର ଆସିଲା ପୂଜା ଚୋପ୍ରା ଏବଂ ସାହିର ଶେଖଙ୍କ ରୋମାଂଟିକ ଅନ୍ଦାଜ !

46

ମୁକ୍ତିଲାଭ କରିଛି ହିନ୍ଦୀ ରୋମାଂଟିକ୍ ଗୀତ ‘ଶୋ ଫିକର୍’ । ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତଟି ୟୁଟୁବରେ ରିଲିଜ୍ ହୋଇଛି । ଗୀତରେ ଛୋଟ ପରଦାର ପପୁଲାର୍ ନାୟକ ସାହିର୍ ଶେଖ୍ ଓ କମାଣ୍ଡୋ ଫେମ୍ ପୂଜା ଚୋପ୍ରାଙ୍କୁ ଦେଖିବାକୁ ମିଳିଛି । ଗୀତରେ ସାହିର୍ ଓ ପୂଜାଙ୍କ ମଧ୍ୟରେ ହାଲ୍କା – ଫୁଲକା ରୋମାନ୍ସ ଦେଖିବାକୁ ମିଳିଛି । ଆକର୍ଷଣୀୟ ଲୋକେସନ୍ ସାଙ୍ଗକୁ ନାୟକ ନାୟିକାଙ୍କ ମଧ୍ୟରେ କେମେଷ୍ଟ୍ରୀ ଏହି ଗୀତକୁ କରିଛି ମନଲୋଭା । ଏହି ରୋମାଂଟିକ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ରୋହିତ୍ ସିଂ । ବିଶ୍ୱଜିତ୍ ଘୋଷଙ୍କ ଆକର୍ଷଣୀୟ ଗାୟିକି ଏଥିରେ ଶୁଣିବାକୁ ମିଳିଛି ।

ଗୀତିକାର ସବିର୍ ଅହମ୍ମଦ ଏହି ମନଛୁଆଁ ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି । ସୋସିଆଲ ମିଡିଆରେ ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଛୋଟପରଦାରେ ନିଜ ଅଭିନୟ ଜବରଦସ୍ତ ଜରିଆରେ ଦର୍ଶକଙ୍କ ଫେବରେଟ୍ ହୋଇପାରିଥିବା ଅଭିନେତା ସାହିର୍ ଶେଖ୍ ବିଗ୍ ସ୍କ୍ରିନରେ ଅଭିନୟ ପାଇଁ ରଖିଛନ୍ତି ଇଚ୍ଛା । ଆଉ ଏହି ରୋମାଂଟିକ୍ ଗୀତ ତାଙ୍କ ବଲିଉଡ୍ ଏଂଟ୍ରି ପାଇଁ ଏକ ମାଧ୍ୟମ ହୋଇଛି । ଏବେ ଦେଖିବାକୁ ବାକି ରହିଲା ବଲିଉଡ୍ ପରଦାରେ କେବେ ନଜର ଆସିବେ ସାହିର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More