Only for Entertainment

ୟୁଟ୍ୟୁବରେ ଛାଇ ରହିଛି ଫିଲ୍ମ ‘ତୁ ଭାରି ବିଉଟିଫୁଲ’ର ଗୀତ, ଫିଲ୍ମରେ ଦେଖିବାକୁ ମିଳିବ ତ୍ରୀକୋଣୀୟ ପ୍ରେମ କାହାଣୀ

you tube
83

ଢେରଦିନ ପରେ ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନ୍‌ମେଣ୍ଟ ପୁଣି ଏକ ନିଆରା ମୌଳିକ କଥାବସ୍ତୁ ଆଧାରରେ ପ୍ରସ୍ତୁତ ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛି। ଚଳଚ୍ଚିତ୍ରର ନାମ ରହିଛି ‘ତୁ ଭାରି ବିଉଟିଫୁଲ’। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ସଂଜୟ ନାୟକ ନିର୍ଦେଶନା ଦେଇଥିବା ବେଳେ ଜ୍ୟୋତି ନାୟକ, ଲିପ୍‌ସା ଓ ଅର୍ଚିତା ମହାନ୍ତି ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ। ଏହାବ୍ୟତୀତ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ସୋମେଶ ମହାନ୍ତି, ପ୍ରେମାଞ୍ଜନ ପରିଡ଼ା ଓ ସୁରେଶ ବଳଙ୍କୁ ମଧ୍ୟ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ଚଳଚ୍ଚିତ୍ର ମୁକ୍ତିଲାଭ କରି ନ ଥିଲେ ହେଁ, ଏଥିରେ ଥିବା ମୁଁ ରାଜା ତୁ ରାଣୀ.., ବଲ୍‌ମା ପ୍ୟାରେ.. ଭଳି ଗୀତଗୁଡ଼ିକ ୟୁ-ଟ୍ୟୁବ୍‌ରେ ଲୋକପ୍ରିୟ ହେବାରେ ଲାଗିଛି। ମଳୟ ମିଶ୍ରଙ୍କ ସଂଗୀତ ନିର୍ଦେଶନାରେ ଇରା ମହାନ୍ତି, ହ୍ୟୁମାନ ସାଗର, ଅସୀମା ପଣ୍ଡା, ଆଶୁତୋଷ ମହାନ୍ତି, ଅରୋଶିଷ, ନେହା ନିହାରିକା ପ୍ରମୁଖ କଣ୍ଠଦାନ କରିଛନ୍ତି। ସୁବାସ ମିଶ୍ର ଓ ମଳୟ ମିଶ୍ର ଗୀତ ରଚନା କରିଛନ୍ତି। ଇଏମ୍‌ଆଇର ୟୁ-ଟ୍ୟୁବ୍‌ରେ ଗୀତଗୁଡ଼ିକୁ ଶୁଣି ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More