Only for Entertainment

ରିଲିଜ୍ ହେଲା ରୋମାଂଟିକ୍ ଫିଲ୍ମ ‘ତୁ କହିଦେ ଆଇ ଲଭ୍ ୟୁ’ , ପ୍ରିମିୟର୍ ଶୋ’ରେ ପହଁଚିଲେ ମେକରଙ୍କ ସହ ଷ୍ଟାର୍ !

68

ପ୍ରେମ କାହାଣୀକୁ ନେଇ ଅନେକ ସିନେମା ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ନିର୍ମାଣ ହୋଇଛି । ହେଲେ ଏଥର ଏକ ଭିନ୍ନ ଓ ନିଆରା ପ୍ରେମ କାହାଣୀ ଭେଟି ଦେଇଛି ଓଲିଉଡ୍ । ବିଏମ୍ ପ୍ରଡକ୍ସନ୍ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ତୁ କହିଦେ ଆଇ ଲଭ୍ ୟୁ’ । ଜଣେ ଗୀତିକାର ଏବଂ ତାଙ୍କ ପ୍ରେମରେ ପଡିଛନ୍ତି ୨ ଜଣ ସୁନ୍ଦରୀ । ଏମିତି ଏକ କାହାଣୀକୁ ନେଇ ସିନେମାଟି ଏବେ ଆସିଛି ପରଦାକୁ । ସିନେମାର ପ୍ରିମିୟର୍ ଶୋ’ ରୁପେଲି ନଗରି କଟକରେ ଅନୁଷ୍ଠିତ ହୋଇ ଯାଇଛି ।

ପ୍ରିତି ଓ ଅମର ପରସ୍ପରଠାରୁ ଭିନ୍ନ । ପ୍ରିତିକୁ ଭଲ ପାଇବସେ ଜଣା ଶୁଣା ଗୀତିକାର ଅମର । ଯିଏ ନିଜ ପ୍ରତ୍ୟେକ ଗୀତ ପ୍ରିତି ପାଇଁ ଲେଖିଥାଏ । ହେଲେ ଅମରକୁ ଭଲପାଏ ଆଉ ଏକ ଝିଅ । ଏମିତି ଏକ କାହାଣୀକୁ ନେଇ ଓଲିଉଡ୍ ପରଦାରେ ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ‘ତୁ କହିଦେ ଆଇ ଲଭ୍ ୟୁ’ । ଫିଲ୍ମରେ ଅମର ଚରିତ୍ରରେ ରାକେଶ ଓ ପ୍ରିତି ଚରିତ୍ରରେ ଦିବ୍ୟାଙ୍କ ଅଭିନୟ ଦେଖିବାକୁ ମିଳିଛି । ସେହିପରି ଅନ୍ୟ ଏକ ନାୟିକା ଭାବେ ଅଭିନେତ୍ରୀ ସନ୍ମାନିତାଙ୍କୁ ଦେଖିବାକୁ ମିଳିଛି ଏହି ସିନେମାରେ । ନିକଟରେ ଏହି ସିନେମାର ପ୍ରିମିୟର୍ ଶୋ କଟକର ଜୟଶ୍ରୀ ହଲ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ଦର୍ଶକଙ୍କ ଗହଳି ଭିତରେ ମେକର୍ ଓ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More