Only for Entertainment

ରିଲିଜ ହେଲା ଓଲିଉଡ୍ ଫିଲ୍ମ ‘ତୁ କହିଦେ ଆଇ ଲଭ ୟୁ’ର ଦ୍ୱିତୀୟ ଟ୍ରେଲର, ଦେଖନ୍ତୁ

you tube
66

ପ୍ରେମ କାହାଣୀକୁ ନେଇ ଅନେକ ସିନେମା ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହୋଇଛି । ହେଲେ ଏଥର ଏକ ଭିନ୍ନ ଓ ନିଆରା ପ୍ରେମ କାହାଣୀ ଭେଟି ଦେବାକୁ ପ୍ରୟାସ କରିଛି ବିଏମ୍ ପ୍ରଡକ୍ସନ୍ । ଜଣେ ଗୀତିକାର ଏବଂ ତାଙ୍କ ପ୍ରେମରେ ପଡିଛନ୍ତି ୨ ଜଣ ସୁନ୍ଦରୀ । ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ତୁ କହିଦେ ଆଇ ଲଭ୍ ୟୁ’ । ସିନେମାର ଦ୍ୱିତୀୟ ଟ୍ରେଲର୍ ମୁକ୍ତିଲାଭ କରିଛି ।

ପ୍ରିତି ଓ ଅମର ପରସ୍ପରଠାରୁ ଭିନ୍ନ । ପ୍ରିତିକୁ ଭଲ ପାଇବସେ ଜଣା ଶୁଣା ଗୀତିକାର ଅମର । ଯିଏ ନିଜ ପ୍ରତ୍ୟେକ ଗୀତ ପ୍ରିତି ପାଇଁ ଲେଖିଥାଏ । ହେଲେ ଅମରକୁ ଭଲପାଏ ଆଉ ଏକ ଝିଅ । ଏମିତି ଏକ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ତୁ କହିଦେ ଆଇ ଲଭ୍ ୟୁ’ ।

ଏହି ଫିଲ୍ମର ଦ୍ୱିତୀୟ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ ଅମର ଚରିତ୍ରରେ ରାକେଶ ଓ ପ୍ରିତି ଚରିତ୍ରରେ ଦିବ୍ୟାଙ୍କ ଅଭିନୟ ଦେଖିବାକୁ ମିଳିବ । ସେହିପରି ଅନ୍ୟ ଏକ ନାୟିକା ଭାବେ ଅଭିନେତ୍ରୀ ସନ୍ମାନିତାଙ୍କୁ ଦେଖିବାକୁ ମିଳିବ ଏହି ସିନେମାରେ । ଏହି ଅପକମିଂ ସିନେମାର ପ୍ରଯୋଜନା ଭାର ତୁଲାଇଛନ୍ତି ବିକ୍ରମ୍ ମହାପାତ୍ର । ଆଉ ଏହି ସିନେମାର କାହାଣୀ, ସ୍କ୍ରିନପ୍ଲେ ସହ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟବ୍ରତ ନାୟକ । ସେପ୍ଟେମ୍ବର ୧୩ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ତୁ କହିଦେ ଆଇ ଲଭ୍ ୟୁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More