Only for Entertainment

ଓଲିଉଡ୍ ପରଦାରେ ଇଚ୍ଛାଧାରି ନାଗୁଣି ହୋଇ ନିଜ ଜଲୱା ଦେଖାଇବେ ବଙ୍ଗୀୟ ସୁନ୍ଦରୀ ଏଲସା ।

youtube
54

ଆଗାମୀ ଫିଲ୍ମ ‘ତୁ ମୋ ସୁନା ଚଢେଇ’ରେ କିଛି ଏହି ପରି ଭିନ୍ନ ଅନ୍ଦାଜରେ ନଜର ଆସିବେ ଏହି ବବଲି ନାୟିକା । ଟିକେ ଦେଖନ୍ତୁ ତାଙ୍କ ନାଗୁଣୀ ଅବତାର । ଏ ହେଉଛି ସୁଟିଂ ସେଟ୍ର ନଜାରା । ଯେଉଁଠି ଏଲ୍ସାଙ୍କ କିଛି ଏହିପରି ଅନ୍ଦାଜ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଓଲିଉଡ୍ ସିନେମାରେ ଏମିତି ଏକ ଇଚ୍ଛାଧାରୀ ନାଗୁଣି କାହାଣୀକୁ ନେଇ ସିନେମା ପ୍ରସ୍ତୁତ କରାଯାଇଛି । ଫିଲ୍ମର ଏହି ଇମ୍ପୋଟାଂଟ ଭାଗର ସୁଟିଂରେ ନିଜର ଶତପ୍ରତିଶତ ପରଫରମାନ୍ସ ଦେବା ପାଇଁ ଫିଲ୍ମର ହିରୋ ଜ୍ୟୋତି ମଧ୍ୟ ଅଂଟା ଭିଡିଛନ୍ତି । ନାୟିକାଙ୍କ ସହ ତାଳରେ ତାଳ ଦେଈ ଟେକ ଦେଇଚାଲିଛନ୍ତିି ଜ୍ୟୋତି । ତେବେ ସିକ୍ୱେନ୍ସକୁ ଅଧିକ ଜୀବନ୍ତ କରିବା ପାଇଁ ଫିଲ୍ମ ମେକର ପରଫେକ୍ଟ ଲୋକେସନର ଚୟନ କରିଛନ୍ତି । ଅନ୍ୟପଟେ କଳାକାରଙ୍କ କଷ୍ଟ୍ୟୁମ ମଧ୍ୟ ଆର୍କଷଣୀୟ ହୋଇଛି । ।ଭୁବନେଶ୍ୱର ଜୟଦେବ ବାଟିକାରେ ଶେଷ ହୋଇଛି ସୁଟିଂ । ଗୀତର କୋରିଓଗ୍ରାଫି କରିଛନ୍ତି ପ୍ରେମ ଗୋପୀ ।ଓଲିଉଡ୍ ପରଦାରେ ଏମିତି ଏକ ଭିନ୍ନ ସ୍ୱାଦର କାହାଣୀ କୁ ନେଇ ସିନେମା ପ୍ରସ୍ତୁତ କରୁଛନ୍ତି ନିର୍ଦ୍ଦେଶକ ଦୀଲିପ ପଣ୍ଡା । ଫିଲ୍ମ ସମସ୍ତ ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ନିର୍ମଳ ନାୟକଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ । କାଳି ପୂଜା ମୌକାରେ ଫିଲ୍ମ ହେବା ନେଇ ସୂଚନା ଦେଇଛି ପ୍ରଯୋଜନା ସଂସ୍ଥା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More