Only for Entertainment

ନିର୍ବାଚନକୁ ନେଇ ରେଡିଓ ଚକଲେଟ୍ ପ୍ରସ୍ତୁତ କଲା ଫନି ଟ୍ରାକ୍ ‘ତୁ ସରକାରୀ ଦଳ ଝିଅ’

you tube
60

ଚାରିଆଡେ ଏବେ ନିର୍ବାଚନ ଲହଡି । ନିର୍ବାଚନ ବାତାବରଣକୁ ନେଇ ରେଡିଓ ଚକଲେଟ୍ ପ୍ରସ୍ତୁତ କରିଛି ଏକ ଫନି ଟ୍ରାକ୍ ‘ତୁ ସରକାରୀ ଦଳ ଝିଅ’ । ଗୀତରେ ପୁଣିଥରେ କମେଡି କିଙ୍ଗ ପପୁ ପମ୍ ପମଙ୍କ ମସ୍ତିଭରା ଗାୟିକୀ ଶୁଣିବାକୁ ମିଳିଛି । ସବୁବେଳେ ନିଆରା ନିଆରା ଭିନ୍ନ ଗୀତ ସବୁ ଭେଟି ଦେଉଥିବା ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ ଏଥର ନିର୍ବାଚନକୁ ନଜରରେ ରଖି ଏଭଳି ମସ୍ତି ଭରା ଗୀତ ପ୍ରସ୍ତୁତ କରିଛି ।

ରେଡିଓ ଚକଲେଟ୍ର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ଗୀତଟିକୁ ରିଲିଜ୍ କରାଯାଇଛି । ସୋସିଆଲ୍ ମିଡିଆରେ ଏହି ଫନି ଟ୍ରାକର ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଗୀତରେ ପପୁ ପମ୍ ପମଙ୍କ ସହ ତାଳରେ ତାଳ ମିଶାଇ କଣ୍ଠଦାନ କରିଛନ୍ତି ବର୍ଣ୍ଣାଳୀ ହୋତା । ଫନି ଲିରିକ୍ସ ସହ ଦମଦାର୍ ମ୍ୟୁଜିକ୍ ଏହି ଗୀତକୁ କରିଛି ଖାସ୍ ।

ଏହି ଗୀତର ଲିରିକ୍ସ ଦେଇଛନ୍ତି ସଜୋଜ ବିଶ୍ୱାଳ । ଏହି ଦମଦାର୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୌମିତ୍ରି ପଲାଇ । ଗୀତଟି ରେଡିଓ ଚକଲେଟ୍ ୧୦୪ ଏଫ୍ଏମରେ ଶୁଣିବାକୁ ପାଇବେ ସ୍ରୋତା । ଏହାଛଡା ରେଡିଓ ଚକଲେଟର ଆପ୍ରେ ବି ଏହି ଗୀତକୁ ଶୁଣି ପାରିବେ ସ୍ରୋତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More