Only for Entertainment

ଓଡିଆ ଝିଅ ସୋହିନୀ ମିଶ୍ରଙ୍କ ବଲିଉଡ ଡେବ୍ୟୁ, ଇଣ୍ଡୋ-ନେପାଳ ଫିଲ୍ମରେ ଗୀତ ଗାଇ ଜିଣିଲେ ଦର୍ଶକଙ୍କ ହୃଦୟ

google
37

‘ଇଣ୍ଡିଆନ ଆଇଡଲ-୬’ରେ ଅଂଶ ଗ୍ରହଣ କରି ଭଏସର ଯାଦୁରେ ଲୋକଙ୍କ ହୃଦୟ ଜିତି ଥିବା ଓଡିଆ ଝିଅ ସୋହିନୀ ମିଶ୍ର ନିକଟରେ ବଲିଉଡରେ ଡେବ୍ୟୁ କରିଛନ୍ତି । ସୋହିନୀ ଫିଲ୍ମ ‘କଡକେ କମାଲ କେ’ ଜରିଆରେ ବଲିୁଡରେ ନିଜ ପ୍ଲେ ବ୍ୟାକ ସିଙ୍ଗିଂ କ୍ୟାରିଅର ଆରମ୍ବ କରିଛନ୍ତି ।

ଫିଲ୍ମରେ ସେହିନୀ ଗାଇଥିବା ଗୀତଟି ହେଉଛି ‘ତୁଝେ କ୍ୟୁ ନା କରୁ ମେଁ ପ୍ୟାର’ । ଏହି ରୋମାଣ୍ଟିକ ଗୀତରେ ସେହିନୀଙ୍କ ଆକର୍ଷଣୀୟ ଗାୟିକି ସହିତ ତାସ ଏମ ଏବଂ ୟଶିକା ଶିକ୍କାଙ୍କ ଭଏସ ମଧ୍ୟ ଶୁଣିବାକୁ ମିଳିଛି । ଏହି ଗୀତକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହାକୁ ନେଇ ସେହିନୀ କହିଛନ୍ତି ଯେ, ସେ ଅନେକ ଦିନରୁ ବଲିଉଡ ଫିଲ୍ମ ପାଇଁ ଗାଇବାକୁ ଚାହୁଁଥିଲେ । ଏହା ପରେ ତାଙ୍କୁ ଆହୁରି ବଲିଉଡ ଫିଲ୍ମରେ ଗାଇବାର ସୁଯୋବଗ ମିଳିବ ବୋଲି ସେ ଆଶା ରଖିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମକୁ ଉଭୟ ହିନ୍ଦୀ ଏବଂ ନେପାଳ ଭାଷାରେ ନିର୍ମାଣ କରାଯାଇଛି । ଲକ୍ଷ୍ମଣ ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ରାଜପାଲ ୟାଦବ ଏବଂ ଆର‌୍ୟନ ଅଧିକାରୀ ପରି କଳାକାର ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମରେ ଶ୍ରେୟା ଘୋଷାଲ ଏବଂ ସୁନିଧି ଚୌହାନଙ୍କ ପରି ଆଗ ଧାଡିର ଗାୟିକାଙ୍କ ଭଏସ ମଧ୍ୟ ଶୁଣିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More