Only for Entertainment

ରିଲିଜ ହେଲା ଜୁବିନ ନୌତିଆଲଙ୍କ ଭଏସରେ ସୋନୁ ନିଗମଙ୍କ ଆଲବମ୍ ଜାନ୍ ର ମନଛୁଆଁ ଗୀତ ‘ତୁଝେ କୋ ଦିଲ୍ କରେ’

google
66

ରିଲିଜ୍ ହେଲା ବଲିଉଡ୍ କଣ୍ଠଶିଳ୍ପୀ ଜୁବିନ ନୌତିଆଲଙ୍କ ରୋମାଂଟିକ୍ ଗୀତ ‘ତୁଝେ କୋ ଦିଲ୍ କରେ’ । ଟି-ସିରିଜର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ଏହି ଗୀତକୁ ରିଲିଜ୍ କରାଯାଇଛି । ଗୀତରେ ଜୁବିନଙ୍କ ଆକର୍ଷଣୀୟ ଗାୟିକୀ ଶୁଣିବାକୁ ମିଳିଛି । ତାଙ୍କ ସହ ଏହି ଗୀତରେ ତାଳରେ ତାଳ ମିଶାଇ କଣ୍ଠଦାନ କରିଛନ୍ତି ସିଙ୍ଗର୍ ନୀତି ମୋହନ୍ । ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓରେ ସ୍ଥାନ ପାଇଛି ଶଲିନ୍ ଭନୋତ୍ ଓ ପ୍ରିୟଙ୍କା ଅଗ୍ରୱାଲଙ୍କ ଅଭିନୟ । ମିଳନ, ବିରହ ସହ ନାୟକ – ନାୟିକାଙ୍କ ରୋମାନ୍ସ ଏହି ଗୀତକୁ କରିଛି ଆହୁରି ଖାସ୍ ।

ଆକର୍ଷଣୀୟ ଲୋକେସନ୍ ସାଙ୍ଗକୁ ବେଶ ସୁନ୍ଦର ପିକଚରାଇଜେସନ୍ ଦେଖିବାକୁ ମିଳିଛି ଏହି ଗୀତରେ । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଲଭ୍ ଆର୍ ଇସରାନି । ଆଉ ପ୍ରଡ୍ୟୁସ୍ କରିଛନ୍ତି ଟି-ସିରିଜ୍ । ଏହି ଗୀତକୁ କମ୍ପୋଜ୍ କରିଛନ୍ତି ଅଭିଜୀତ୍ ଭଗନାନୀ । ଗୀତିକାର ମନୋଜ୍ ମୁନ୍ତାସିର୍ ଏହି ଗୀତର ଲିରିକ୍ସ ଦେଇଛନ୍ତି ।

୯୦ ଦଶକର ସୋନୁ ନିଗମଙ୍କ ଆଲବମ୍ ଜାନ୍ ର ମନଛୁଆଁ ଗୀତ ‘ତୁଝେ କୋ ଦିଲ୍ କରେ’କୁ ନେଇ ରିକ୍ରିଏଟ୍ କରିଛନ୍ତି । ତେବେ ସୋନୁ ନିଗମଙ୍କ ଗୀତ ସେତେବେଳେ ହୋଇପାରିଥିଲା ସୁପରହିଟ୍ । ଆଉ ଏବେ ବି ଏହି ଗୀତର ଚାହିଦା ସେହିପରି ରହିଛି । ଯାହାକୁ ନେଇ ମେକର୍ ଏହାର ଏହି ଗୀତକୁ କରିଛନ୍ତି ରିକ୍ରିଏଟ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More