Only for Entertainment

ଏହି ଦେଶର ଲୋକମାନେ ଭାରତୀୟ ଫିଲ୍ମକୁ କରନ୍ତି ପସନ୍ଦ !

33

ହିନ୍ଦୀ ଗୀତ ହେଉ କି ହିନ୍ଦୀ ଫିଲ୍ମ ସମସ୍ତଙ୍କକୁ ପସନ୍ଦ । କିନ୍ତୁ ଯଦି ଆମେ ଏଠାରେ କହି ରଖୁଛୁ ଯେ ବିଦେଶୀ ଲୋକ ମଧ୍ୟ ହିନ୍ଦୀ ଫିଲ୍ମର ଦିୱାନା ଅଟନ୍ତି ଏବଂ ହିନ୍ଦୀ ଗୀତ ବି ଗୁଣ ଗୁଣାଉ ଥାଆନ୍ତି । ଆପଣ ଭାବୁଥିବେ ଯେ ଏଭଳି କେଉଁଠାରେ ହୁଏ , ତେବେ ଚାଲନ୍ତୁ ଆମେ ଆପଣଙ୍କୁ ଏଠାରେ ଦେଶରେ ନାଁ ବତାଇବୁ ।

ଏହି ଦେଶର ନାଁ ହେଉଛି ତୁର୍କମେନିସ୍ତାନ ଏବଂ ଏହା ଉତ୍ତର କୋରିଆ ଭଳି ଦୁନିଆରେ କୁହାଯାଉଥିବା ଏକ ଦେଶ ଯେଉଁଠାରେ ଦେଶର ସବୁଠାରୁ ଶୁଖିଲା ମରୁଭୂମି ଦେଖାଯାଏ । ଏଠାରେ ୮୦ପ୍ରତିଶତ ଭାଗ କରାକୁମ କଳା ବାଲି ରେ ଛାଇ ହୋଇ ରହିଛି । ଏଠାରେ ବର୍ଷା ପ୍ରାୟତଃ ୦.୧୨ମିମି ହୋଇଥାଏ । କିନ୍ତୁ ଏଠାକାର ଏଭଳି କଥା ଯାହା ଆପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇବ ଏହା ଯେ ଏଠିକାର ଲୋକ ଭାରତୀୟ ଫିଲ୍ମକୁ ଖୁବ ପସନ୍ଦ କରନ୍ତି । ଏଠାରେ ଲୋକ ହିନ୍ଦୀ ଫିଲ୍ମକୁ ପସନ୍ଦ କରନ୍ତି ଏବଂ ଫିଲ୍ମର ଗୀତ ଗୁଣୁ ଗୁଣାନ୍ତି । ଏହାବ୍ୟତୀତ ଏଠାକାର ସ୍କୁଲ ପିଲାମାନେ ମଧ୍ୟ ହିନ୍ଦୀରେ ପାଠ ପଢନ୍ତି ।

ଏଠାରେ ହାରାହାରି ୫୬ଲକ୍ଷ ଲୋକ ବାସ କରନ୍ତି ଏବଂ ଏଠାରେ ଥିବା ଲୋକଙ୍କ ମୁଖ୍ୟ ପେଷା କୃଷି ଏବଂ ପଶୁପାଳନ ଅଟେ । ଏହି ଦେଶରେ ଫଟୋଗ୍ରାଫି କରିବା ଏବଂ ଏପରିକି ଏଠାକାର ଲୋକ କାହା ସହ ଖୋଲାଖୋଲି କଥା ହେବା ପାଇଁ ସ୍ୱାଧୀନତା ମଧ୍ୟ ପାଇନାହାନ୍ତି । ୧୯୯୧ ପର୍ଯ୍ୟନ୍ତ ଏହି ଦେଶ ସୋବିୟତ ସଂଘର ଭାଗ ଥିଲା , କିନ୍ତୁ ୨୭ଅକ୍ଟୋବର ୧୯୯୧ରେ ସୋବିୟତ ସଂଘ ବିଛିନ୍ନ ହୋଇ ଏକ ନୂଆ ରାଷ୍ଟ୍ର ରୂପେ ପରିଚୟ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More